ଥାନାରେ ଅଭିଯୁକ୍ତର ଆତ୍ମହତ୍ୟା ଉଦ୍ୟମ:ଚିକିତ୍ସା ପରେ କୋର୍ଟ ଚାଲାଣ

Advertisment
ଥାନାରେ ଅଭିଯୁକ୍ତର ଆତ୍ମହତ୍ୟା ଉଦ୍ୟମ:ଚିକିତ୍ସା ପରେ କୋର୍ଟ ଚାଲାଣ

ଆସିକା: କେବୁଲ୍ ଚୋରି ମାମଲାରେ ଅଟକ ଥିବା ଜଣେ ଅଭିଯୁକ୍ତ ଆସିକା ଥାନାରେ ଆତ୍ମହତ୍ୟା ଉଦ୍ୟମ କରିଥିବା ଘଟଣା ସାମ୍ନାକୁ ଆସିଛି। ଅଭିଯୁକ୍ତ ଜଣକ ହେଉଛନ୍ତି ଉତ୍ତର ପ୍ରଦେଶର ଅମିତ କୁମାର। ଗତ ମଙ୍ଗଳବାର ଅପରାହ୍ନରେ ସେ ଥାନା ପରିସରରେ ଥିବା ଶୌଚାଳ‌ୟରେ ନିଜ ବେକରେ ଗାମୁଛା ବାନ୍ଧି ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଏହି ସମୟରେ ତାଙ୍କ ସହ ଅଟକ ଆଉ ଜଣେ ଅଭିଯୁକ୍ତ ବୁବୁ ଘଟଣା ସଂପର୍କରେ ଜଣାଇବା ପରେ ଅମିତଙ୍କୁ ଆସିକା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ପରେ ବ୍ରହ୍ମପୁର ବଡ଼ମେଡିକାଲ ପଠାଯାଇଥିଲା। ଚିକିତ୍ସିତ ହୋଇ ଫେରିବା ପରେ ଅମିତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଏନେଇ ଥାନାରେ କେସ ନମ୍ବର ୭୭ ଅନୁସାରେ ମାମଲା ରୁଜୁ ହୋଇଛି। ଆସିକା ଏସଡିପିଓ ସୂର୍ଯ୍ୟମଣି ପ୍ରଧାନ କହିଛନ୍ତି, ଅମିତଙ୍କୁ ଶାରୀରିକ ପରୀକ୍ଷା ପାଇଁ ବ୍ରହ୍ମପୁର ନିଆଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe