ଗଞ୍ଜାମରେ କୋଭିଡ଼ ମୃତ୍ୟୁ ୨୨୮ରେ ପହଞ୍ଚିଲା

ଆଜି ୨୯ ନୂଆ ପଜିଟିଭ୍‌, ସୁସ୍ଥ ହାର ୯୮.୧ ପ୍ରତିଶତ

୮ ଦିନରେ କରୋନା ନେଲାଣି ୩୩୨ ମୁଣ୍ଡ

Representative image

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ କୋଭିଡ଼୍‌ ପୁଣି ଜଣଙ୍କର ମୁଣ୍ଡ ନେଇଛି।ମଧୁମେହ ରୋଗରେ ପୀଡ଼ିତ ଥିବା ଜଣେ ୬୩ ବର୍ଷୀୟ ପୁରୁଷଙ୍କ ମୃତ୍ୟୁ ଘଟିଥିବା ସ୍ବାସ୍ଥ୍ୟ ବିଭାଗ ରିପୋର୍ଟ ଦେଇଛି। ଜିଲ୍ଲାର କୋଭିଡ଼ରେ ସମୁଦାୟ ମୃତ୍ୟୁ ସ˚ଖ୍ୟା ୨୨୮ରେ ପହଞ୍ଚିଛି। ରାଜ୍ୟରେ ସର୍ବାଧିକ ଗଞ୍ଜାମ ଜିଲ୍ଲାର କୋଭିଡ଼୍‌ରେ ମୃତ୍ୟୁବରଣ କରିଛନ୍ତି।

ଅନ୍ୟପକ୍ଷରେ ଜିଲ୍ଲାରୁ ଆଜି ୨୯ଜଣ ନୂଆ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ପଜିଟିଭ୍‌ଙ୍କ ସଂସ୍ପର୍ଶରେ ଆସି ୨୬ ଜଣ ଏବଂ ୩ଜଣ କୋଭିଡ଼୍ ଯୋଦ୍ଧା ସଂକ୍ରମିତ ହୋଇଛନ୍ତି। ବ୍ରହ୍ମପୁର ମହାନଗରରୁ ସର୍ବାଧିକ ୧୨ଜଣ ରହିଛନ୍ତି। ଜିଲ୍ଲାର ସମୁଦାୟ ସ˚କ୍ରମିତ ସ˚ଖ୍ୟା ୨୧,୧୦୩ ରେ ପହଞ୍ଚିଛି। ବର୍ତ୍ତମାନ ଜିଲ୍ଲାରେ ୧୬୯ ଜଣ ସକ୍ରିୟ ସ˚କ୍ରମିତ ଅଛନ୍ତି। ଗତକାଲି ସୁଦ୍ଧା ଜିଲ୍ଲାର ୨୦,୬୯୮ ଜଣ ସୁସ୍ଥ ହୋଇଥିଲା ବେଳେ ସୁସ୍ଥହାର ୯୮.୧ ପ୍ରତିଶତ ରହିଛି। ଗତକାଲି ୩୪୨୦ ଜଣଙ୍କ ନମୁନା ପରୀକ୍ଷା ହୋଇଥିବା ବେଳେ ଗତକାଲି ସୁଦ୍ଧା ୫ଲକ୍ଷ ୨୮ହଜାର ୯୬୨ଜଣଙ୍କ କୋଭିଡ଼୍ ନମୁନା ପରୀକ୍ଷା ହୋଇଥିବା ପ୍ରଶାସନ ସୂତ୍ରରୁ ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe