ସରପଞ୍ଚଙ୍କୁ ଆକ୍ରମଣ କରିବାକୁ ବୋମା ଭିଡୁଥିବା ଅପରାଧୀ ହାତରେ ବିସ୍ଫୋରଣ

Advertisment
ସରପଞ୍ଚଙ୍କୁ ଆକ୍ରମଣ କରିବାକୁ ବୋମା ଭିଡୁଥିବା ଅପରାଧୀ ହାତରେ ବିସ୍ଫୋରଣ

ଗଞ୍ଜାମ: ଦିଗ ପହଣ୍ଡି ଥାନା ଅନ୍ତର୍ଗତ ବନ୍ଥପଲ୍ଲୀ ଗ୍ରାମ ପଞ୍ଚାୟତର ସରପଞ୍ଚଙ୍କୁ ଆକ୍ରମଣ କରିବା ନିମନ୍ତେ ଶୁକ୍ରବାର ବିଳମ୍ବିତ ରାତ୍ରୀରେ ବୋମା ଭିଡୁଥିବା ବେଳେ ତାହା ଫୁଟି ଯିବାରୁ ଜଣେ ଅପରାଧୀ ଆହତ ହୋଇଛି।

ଆହତ ଅପରାଧୀର ନାଁ ଚେରୁ ଗୌଡ଼। ଚେରୁ, ତା’ର ସହଯୋଗୀ ପାଣ୍ଡା ଗୌଡ଼ ଓ ଅନ୍ୟମାନେ ମିଶି ଚାଞ୍ଚଡ଼ାପଲ୍ଲୀ ଠାରେ ବୋମା ତିଆରି କରୁଛନ୍ତି ବୋଲି ବିଶ୍ୱସ୍ତସୂତ୍ରରୁ ଖବର ପାଇବା ପରେ ପୁଲିସ ଚଢ଼ାଉ କରିଥିଲା। ଠିକ୍‌ ସେତିକି ବେଳେ ସେମାନେ ଭିଡୁଥିବା ବୋମାଟି ଫୁଟି ଯିବାରୁ ଚେରୁର ହାତ କ୍ଷତବିକ୍ଷତ ହୋଇଯାଇଥିଲା ଓ ଏହି ସୁଯୋଗରେ ସେଠାରେ ଉପସ୍ଥିତ ପାଣ୍ଡା ଏବଂ ଅନ୍ୟମାନେ ଘଟଣାସ୍ଥଳରୁ ଚମ୍ପଟ୍‌ ମାରିଥିଲେ।

publive-image

ତାଙ୍କୁ ଆକ୍ରମଣ କରିବାକୁ ଯୋଜନା କରାଯାଉଥିବା କଥା ବନ୍ଥପଲ୍ଲୀ ସରପଞ୍ଚ ଅଭିଯୋଗ କରିବାରୁ ଅଭିଯୁକ୍ତମାନଙ୍କୁ ଧରିବାକୁ ପୁଲିସ ଏକ ଟିମ୍‌ ଗଠନ କରିଛି ବୋଲି ବ୍ରହ୍ମପୁର ଅତିରିକ୍ତ ଏସ୍‌ପି ପ୍ରଭାତ ରାଉତରାୟ କହିଛନ୍ତି।

ଚିକିତ୍ସା କରାଇବାକୁ ଆହତ ଚେରୁକୁ ବ୍ରହ୍ମପୁର ବଡ଼ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି।

ବହୁ ଅପରାଧିକ କାର୍ଯ୍ୟକଳାପରେ ଲିପ୍ତ ରହୁଥିବା ଚେରୁ ପୂର୍ବରୁ ପୁଲିସ ଏନ୍‌କାଉଣ୍ଟର୍‌ରେ ଆହତ ହୋଇ ଜେଲ୍‌ ଯାଇଥିଲା। ଜାମିନ୍‌ରେ ଆସିବା ପରେ ମଧ୍ୟ ସେ ପୂର୍ବବତ୍‌ ଅପରାଧିକ କାର୍ଯ୍ୟଧାରା ଚାଲୁ ରଖିଥିଲା।

ଲାଠି ଓ ଦିଗପହଣ୍ଡି ଅଞ୍ଜଳରେ ଉଭୟ ଚେରୁ ଓ ପାଣ୍ଡା ଆତଙ୍କରାଜ ଚଳାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe