ଜଗନ୍ନାଥପ୍ରସାଦ: ଜଗନ୍ନାଥପ୍ରସାଦ ଥାନା ପଟ୍ଟାଧର ଗ୍ରାମର ଦୁର୍ଦ୍ଦାନ୍ତ ଅପରାଧୀ କାହ୍ନୁ ସ୍ବାଇଁ (୨୬)କୁ ଭୁବନେଶ୍ବର ଖଣ୍ଡିଗିରି ପୁଲିସ ତପୋବନ ବସ୍ତିରୁ ଗିରଫ କରିଛି। କାହ୍ନୁକୁ ଗିରଫ ପରେ ଜଗନ୍ନାଥପ୍ରସାଦ ପୁଲିସକୁ ଜିମା ଦିଆଯାଇଛି। ତା’ ଠାରୁ ମାଉଜର୍ ଜବତ ହୋଇଛି। ଜଗନ୍ନାଥପ୍ରସାଦ ଥାନା ଅଧିକାରୀ ଯୁବରାଜ ସ୍ୱାଇଁ କହିଛନ୍ତି, କାହ୍ନୁ ନାମରେ ବିଭିନ୍ନ ଥାନାରେ ଏକାଧିକ ସଂଗିନ୍ ଅପରାଧିକ ମାମଲା ରହିଛି। ଯାହାକି ପୁଲିସ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଥିଲା। ଗତ ଏପ୍ରିଲ୍ ମାସ ୭ତାରିଖରେ କାହ୍ନୁ ନାମରେ ଜଗନ୍ନାଥପ୍ରସାଦ ଥାନାରେ କେସ ନମ୍ବର ୫୫, ଧାରା ୩୯୯/୪୦୨, ବିସ୍ଫୋରକ ରଖିବା ନେଇ ମାମଲା ରୁଜୁ ହୋଇଥିଲା। ଏହାପରଠୁ ସେ ଫେରାର୍ ହୋଇଯାଇଥିଲା। କାହ୍ନୁକୁ ଧରିବାକୁ ସ୍ବତନ୍ତ୍ର ଟିମ୍ ଗଠନ ହୋଇଥିଲେ ବି ସୁଫଳ ମିଳି ନଥିଲା। ଖଣ୍ଡିଗିରି ପୁଲିସ କାହ୍ନୁକୁ ଗିରଫ କରିବା ପରେ ଜଗନ୍ନାଥପ୍ରସାଦ ପୁଲିସକୁ ଜିମା ଦେଇଥିଲା। ଆଜି ତାକୁ ପଚରାଉଚରା ପରେ ଭଞ୍ଜନଗର କୋର୍ଟକୁ ଚାଲାଣ କରାଯାଇଥିଲା।
ଦୁର୍ଦ୍ଦାନ୍ତ ଅପରାଧୀ କାହ୍ନୁ ଭୁବନେଶ୍ବରରୁ ଗିରଫ
Advertisment
Follow Us