ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଆରମ୍ଭ ହୋଇଛି ପ୍ରସିଦ୍ଧ ଦଣ୍ଡ ନାଚ ପରମ୍ପରା। ଦଣ୍ଡୁଆଙ୍କ ଦଣ୍ଡ ଓ ନାଚଗୀତରେ ଉଠୁଚି ପଡୁଛି ଗାଁରୁ ସହର। ଗାଁ ଗାଁ ବୁଲି ଦଣ୍ଡ ନାଚ ଦେଖାଉଛନ୍ତି ମାନସିକଧାରୀ ଦଣ୍ଡୁଆମାନେ। ଏହି ଦଣ୍ଡ ପରମ୍ପରା ୨୧ ଦିନ ଧରି ଚାଲିବ। ଦିନରେ ଧୂଳିଦଣ୍ଡ, ପାଣିଦଣ୍ଡ ପରିବେଷଣ ହେବା ସହ ରାତିରେ ଅଗ୍ନିଦଣ୍ଡ ପାଳନର ପରମ୍ପରା ରହିଛି। ଏହାପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଲୋକନୃତ୍ୟ ଆୟୋଜନ କରାଯାଇଥାଏ। ନିଜ ଶରୀରକୁ ପୀଡ଼ା ଦେଇ ଦଣ୍ଡ ନାଚ ଦେଖାଇଥାନ୍ତି ଦଣ୍ଡୁଆ। ଏହି ବ୍ରତକୁ ନେଇ ଅନେକଙ୍କ ମନରେ ବିଶ୍ୱାସ ରହିଥିବା ବେଳେ ଦଣ୍ଡଯାତ୍ରା ଦେଖିବାକୁ ଜମୁଛି ଶ୍ରଦ୍ଧାଳୁଙ୍କ ଭିଡ଼।
ଗଞ୍ଜାମରେ ଦଣ୍ଡନାଚ ଆରମ୍ଭ, ନାଚଗୀତରେ ଉଠୁଚି ପଡୁଛି ଗାଁରୁ ସହର
Advertisment
Follow Us