ରମ୍ଭାରେ ବଧୂହତ୍ୟା ଅଭିଯୋଗ: ଥାନାରେ ସ୍ବାମୀ ଅଟକ

Advertisment
ରମ୍ଭାରେ ବଧୂହତ୍ୟା ଅଭିଯୋଗ: ଥାନାରେ ସ୍ବାମୀ ଅଟକ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ଅନ୍ତର୍ଗତ ବେଣୀଗୌରୀ ଗ୍ରାମରେ ବଧୂହତ୍ୟା ଅଭିଯୋଗ ହୋଇଛି। ସ୍ତ୍ରୀକୁ ସ୍ୱାମୀ ପିଟି ପିଟି ମାରିଦେଇଥିବା ନେଇ ରମ୍ଭା ଥାନାରେ ଅଭିଯୋଗ ହୋଇଥିବା ଜଣାଯାଇଛି। ମୃତ ବଧୂଙ୍କ ଭାଇ ଅଭିଯୋଗ ଆଣିଛନ୍ତି।
ମୃତକ ହେଲେ କେ. ମନୀତା ପାତ୍ର। ପ୍ରାୟ ବର୍ଷକ ତଳେ ଉଭୟଙ୍କର ବାହାଘର ହୋଇଥିଲା। କିନ୍ତୁ ଏହି ଘଟଣା ପରେ ସ୍ବାମୀକୁ ପୁଲିସ ଥାନାରେ ଅଟକ ରଖିଥିବାର ସୂଚନା ଥିବା ବେଳେ ଶାଶୂ, ନଣନ୍ଦ ଆଦି ଫେରାର ଥିବା ଜଣାଯାଇଛି। ରମ୍ଭା ଥାନା ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe