ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ଖଲିକୋଟ ଥାନା ଅନ୍ତର୍ଗତ ତାଳପଡା ପଞ୍ଚାୟତର ଲକ୍ଷ୍ମୀ ନାରାୟଣପୁର କାଜୁ ଜଙ୍ଗଲରେ ଜଣେ ମହିଳାଙ୍କ ମୃତଦେହ ମିଳିଛି। ପୋଲିସର ପ୍ରାଥମିକ ତଦନ୍ତରୁ ମହିଳା ଜଣଙ୍କ ନାମ ଲକ୍ଷ୍ମୀ ସାହୁ ବୋଲି ଜଣାପଡ଼ିଛି। ତାଙ୍କ ଘର ଗୋଳନ୍ଥରା ଅଞ୍ଚଳରେ। ତାଙ୍କ ସ୍ୱାମୀଙ୍କ ନାମ ଗୋବିନ୍ଦ ସାହୁ। ମୃତ ମହିଳାଙ୍କ ଶରୀରର ବିଭିନ୍ନ ସ୍ଥାନରେ ୧୫ ଥର ଛୁରୀ ଭୁସା ଯାଇଥିବା ଦେଖାଯାଇଛି। ଏହା ଏକ ହତ୍ୟାକାଣ୍ଡ ହୋଇପାରେ ବୋଲି ପୁଲିସ ସନ୍ଦେହ କରୁଛି।
ଗତକାଲିଠାରୁ ଲକ୍ଷ୍ମୀ ସାହୁ ନିଖୋଜ ନେଇ ଲକ୍ଷ୍ମୀଙ୍କ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ। ଏସଡିପିଓ ଉତ୍କଳ କେଶରୀ ଦାସ, ଆଇଆଇସି ସୁନୀଲ କୁମାର ବେହେରା ପହଁଚି ତଦନ୍ତ କରୁଛନ୍ତି।
Follow Us