କରୋନା ଭୟରେ କର୍ତ୍ତବ୍ୟ ଭୁଲିଗଲେ ଆତ୍ମୀୟସ୍ବଜନ ! ଶବକୁ ମିଳିଲାନି ଚାରି କାନ୍ଧ, ଘୋ‌ଷାରି ଘୋଷାରି ନେଲେ

କରୋନା ଭୟରେ କର୍ତ୍ତବ୍ୟ ଭୁଲିଗଲେ ଆତ୍ମୀୟସ୍ବଜନ ! ଶବକୁ ମିଳିଲାନି ଚାରି କାନ୍ଧ, ଘୋ‌ଷାରି ଘୋଷାରି ନେଲେ

କବିସୂର୍ଯ୍ୟନଗର: କରୋନା ମହାମାରୀ ସାମାଜିକ ଶୃଙ୍ଖଳତାକୁ ବିଗାଡ଼ି ଦେଇଛି। ସ୍ଥିତି ଏପରି ହୋଇଛି ଯେ ଜଣେ ଅନ୍ୟ ଜଣଙ୍କୁ ଘୃଣା ଦୃଷ୍ଟିରେ ଦେଖୁଛି। ଅନ୍ୟ କାରଣରୁ ମୃତ୍ୟୁ ଘଟିଲେ ବି କରୋନା ଭୟରେ ଚାରି କାନ୍ଧ ମିଳୁନାହିଁ କୋକେଇ ପାଇଁ। ଶବକୁ ଗ‌ାଁ ଦାଣ୍ଡରୁ ଘଉଡ଼ାଇ ଦିଆଯାଉଛି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଗଞ୍ଜ‌ାମ ଜିଲ୍ଲାର କବିସୂର୍ଯ୍ୟନଗରସ୍ଥିତ ଗୋପୀନାଥପାଟଣା ସାହିରୁ ଆସିଛି।  ଜଣେ ଅସୁସ୍ଥ ଯୁବକ ପ୍ରାଣ ହରାଇବା ପରେ କରୋନା ରୋଗୀ ଭାବି ତାଙ୍କ ଶବକୁ ଗ୍ରାମବାସୀ ଅନ୍ତିମ ସତ୍କାର କରିବାକୁ ଅନୁମତି ଦେଲେ ନାହିଁ। ଶେଷରେ ପ୍ରଶାସନର ହସ୍ତକ୍ଷେପ ପରେ ଶବକୁ ଘୋଷାରି ଘୋଷାରି ନେଇ ଜେସିବିରେ ଗାତ ଖୋଳି ପୋତି ଦିଆଯାଇଛି।

ଗୋପୀନାଥପାଟଣା ଅଞ୍ଚଳର ସୋମନାଥ ପାତ୍ର ନାମକ ଜଣେ ଯୁବକ ଗତ ୧୦ ଦିନ ହେଲା ଜ୍ବର, କାଶ ଓ ଥଣ୍ଡାରେ ଆକ୍ରାନ୍ତ ଥିଲେ। ଗତକାଲି ତାଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ଆମ୍ବୁଲାନ୍ସ ଯୋଗେ ଶୀତଳାପଲୀ ‌କୋଭିଡ୍‌ ହସ୍ପିଟାଲ୍‌କୁ ନିଆଯାଇ ଥିଲ। ହେଲେ ରାସ୍ତାରେ ସେ ପ୍ରାଣ ହରାଇଥିଲେ। ଶବ ଦାହ ପାଇଁ ଆମ୍ବୁଲାନ୍ସ ବାହାରେ ପହଞ୍ଚିିଥିଲେ ମଧ୍ୟ ଗ୍ରାମବାସୀଙ୍କ ଅକ୍ରୋଶର ଶିକାର ହେବାକୁ ପଡ଼ିଥିଲା। ଯୁବକଙ୍କ ଶବକୁୁ ଗ୍ରାମରେ ଦାହ କରିବାକୁ ଅନୁମତି ଦିଆଯିିବନି ବୋଲି ଗ୍ରାମବାସୀ କହିଥିଲେ। ଆତ୍ମୀୟସ୍ବଜନ ମଧ୍ୟ ଆତ୍ମୀୟତା ଦେଖାଇ ନଥିଲେ। ଆମ୍ବୁଲାନ୍ସରେ ଶବ ଘଣ୍ଟା ଘଣ୍ଟା ଧରିି ରହିଥିଲା। ଶେଷରେ ସ୍ଥାନୀୟ ପ୍ରଶାସନ ଏଥିରେ ହସ୍ତକ୍ଷେପ କରିଥିଲା। ଭାଇଭଉଣୀ ସୋମନାଥଙ୍କ ଶବକୁ ମୁଖ୍ୟ ରାସ୍ତାରେ ଓହ୍ଲାଇବାକୁ ଚେଷ୍ଟା କରି ମଧ୍ୟ ପାରିନଥିଲେ। ଶେ‌ଷରେ ଶବକୁ ଘୋଷାଡ଼ି ଶ୍ମଶାନକୁ ନେଲେ। ପ୍ରଶାସନ ହସ୍ତକ୍ଷେପ ପରେ ଶବକୁ ମୁଖ୍ୟ ରାସ୍ତା ପେଟ୍ରୋଲ୍‌ ପମ୍ପ୍‌ ପଛପଟ ନଦୀ କଡ଼ରେ ଜେସିବି ଦ୍ବାରା ଗାତ ଖୋଳାଯାଇ ପୋତା ଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe