ଉଚ୍ଚପଦସ୍ଥ ଅଧିକାରୀଙ୍କ ନିର୍ଯାତନା ଓ ପତ୍ନୀଙ୍କ ଅନୈତିକ ସଂପର୍କ କାରଣରୁ ଆସିକା ଦମକଳ ବିଭାଗର ଚାଳକଙ୍କ ଆତ୍ମହତ୍ୟା

ଉଚ୍ଚପଦସ୍ଥ ଅଧିକାରୀଙ୍କ ନିର୍ଯାତନା ଓ ପତ୍ନୀଙ୍କ ଅନୈତିକ ସଂପର୍କ କାରଣରୁ ଆସିକା ଦମକଳ ବିଭାଗର ଚାଳକଙ୍କ ଆତ୍ମହତ୍ୟା

ଵେଲଗୁଣ୍ଠା: ଗଞ୍ଜାମ ଜିଲ୍ଲାର ଆସିକା ଦମକଳ ବିଭାଗର ଜଣେ ଚାଳକ ଆତ୍ମହତ୍ୟା କରିଥିବା ଜଣାଯାଇଛି। ତାଙ୍କର ନାଆଁ ଦୟାନିଧି ମହନ୍ତ। ସେ ଗାଙ୍ଗପୁର ଥାନା ଅନ୍ତର୍ଗତ ବୁଢ଼ାକେନ୍ଦୁ ଜଙ୍ଗଲରେ ବେକରେ ରସି ଲଗେଇ ଆତ୍ମହତ୍ୟା କରିଛନ୍ତି। ପୁଲିସ ପକ୍ଷରୁ ପ୍ରାଥମିକ ତଦନ୍ତ ଆରମ୍ଭ ହୋଇଛି।
ଚାକିରିରେ ଵଦଳି, ଉଚ୍ଚପଦସ୍ଥ ଅଧିକାରୀଙ୍କ ନିର୍ଯାତନା, ରୋଗୀଣା ବାପାମାଆଙ୍କ ମୃତ୍ୟୁ ଏଣେ ଆଉ ଜଣେ ପୁରୁଷଙ୍କ ସହ ପତ୍ନୀଙ୍କ ଅନୈତିକ ସଂପର୍କରୁ ମାନସିକ ଭାରସାମ୍ୟ ହରାଇ ଆସିକା ଦମକଳ ବିଭାଗର ଡ୍ରାଇଭର ଦୟାନିଧି ମହନ୍ତ ଆତ୍ମହତ୍ୟା କରିଥିବା ଜଣାଯାଇଛି। ଆତ୍ମହତ୍ୟା ପୂର୍ବରୁ ଦୟାନିଧି ପ୍ରଧାନମନ୍ତ୍ରୀ ଓ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଲେଖିଥିବା ଚିଠି ଘଟଣାସ୍ଥଳରୁ ମିଳିଛି। ଏଥିରୁ ଏହି ଆତ୍ମହତ୍ୟାର କାରଣ ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe