ବ୍ରହ୍ମପୁର ବଡ଼ବଜାର ଅଞ୍ଚଳରେ ନକଲି ସସ୍ କାରଖାନା ଠାବ, ଜଣେ ମହିଳା ଅଟକ 

Advertisment
ବ୍ରହ୍ମପୁର ବଡ଼ବଜାର ଅଞ୍ଚଳରେ ନକଲି ସସ୍ କାରଖାନା ଠାବ, ଜଣେ ମହିଳା ଅଟକ 

image source- facebook

ବ୍ରହ୍ମପୁର: ରାଜ୍ୟରେ ନକଲି ସାମଗ୍ରୀର କାରବାର ବଢୁଛି। କଟକ, ସମ୍ବଲପୁର, ରାଜଧାନୀ ପରେ ଏବେ ବ୍ରହ୍ମପୁରରେ ନକଲି କାରଖାନା ଠାବ ହୋଇଛି। ପୂର୍ବରୁ ବ୍ରହ୍ମପୁର ନକଲି ହଳଦୀ ଓ ଲଙ୍କା ଗୁଣ୍ଡ ଜବତ ହୋଇଥିବା ବେଳେ ଏବେ ମିଳିଛି ନକଲି ସସ। ବ୍ରହ୍ମପୁର ବଡ଼ବଜାର ଥାନା ଅନ୍ତର୍ଗତ ଗଣପତି ନଗରରରେ ଏକ ନକଲି ସସ୍ କାରଖାନା ଉପରେ ପୁଲିସ ଚଢାଉ କରିଛି। ଅସଲି ବ୍ରାଣ୍ଡ ହେଲେ ନକଲି ସାମଗ୍ରୀ .ସେଠାରୁ ଜବତ କରାଯାଇଛି।

ନକଲି ଟମାଟୋ, ଚିଲି ଓ ସୋୟା ସସ ତିଆରି ହେଉଥିବା ଖବର ପାଇଁ ବ୍ରହ୍ମପୁର ଏସଡିପିଓ ଓ ବଡ଼ବଜାର ଥାନା ଅଧିକାରୀଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ ଚଢାଉ କରିଥିଲେ। ୨୨୦ କାର୍ଟୁନ ଅପମିଶ୍ରିତ ସସ ଜବତ କରିଛି ପୁଲିସ। ଜଣେ ମହିଳାଙ୍କୁ ଏହି ଘଟଣାରେ ଅଟକ ରଖାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe