ଗଜରାଜଙ୍କ ପାଇଁ କାଳ ସାଜିଛି ବିଦ୍ୟୁତ୍: ବିଦ୍ୟୁତ୍ ତାର ଲାଗି ହାତୀର ମୃତ୍ୟୁ

Advertisment

୨ ଦିନରେ ରାଜ୍ୟରେ ବିଦ୍ୟୁତ୍ ଆଘାତରେ ୨ ଦନ୍ତାର ମୃତ୍ୟୁ

୨ ଦିନରେ ରାଜ୍ୟରେ ବିଦ୍ୟୁତ୍ ଆଘାତରେ ୨ ଦନ୍ତାର ମୃତ୍ୟୁ

ଗଜରାଜଙ୍କ ପାଇଁ କାଳ ସାଜିଛି ବିଦ୍ୟୁତ୍: ବିଦ୍ୟୁତ୍ ତାର ଲାଗି ହାତୀର ମୃତ୍ୟୁ

mother jones

ଭଞ୍ଜନଗର: ଗତକାଲି ଢେଙ୍କାନାଳ ଜିଲ୍ଲା ଭାପୁର ରେଞ୍ଜ ଗୋବିନ୍ଦ ପ୍ରସାଦ ଗ୍ରାମରେ ବିଦ୍ୟୁତ୍ ଆଘାତରେ ଗୋଟିଏ ଦନ୍ତା ହାତୀ ପ୍ରାଣ ହରାଇଥିବା ବେଳେ ଏହାର ୨୪ ଘଣ୍ଟା ନ ପୁରୁଣୁ ରାଜ୍ୟରେ ଆଉ ଏକ ଦନ୍ତାହାତୀର ମୃତ୍ୟୁ ଘଟିଛି।

ଗଞ୍ଜାମ ଜିଲ୍ଲା ଉତ୍ତର ଘୁମୁସର ବନଖଣ୍ଡ କେନ୍ଦ୍ରୀୟ ବନାଞ୍ଚଳ ଅଧିନ ଲାଠିପଡା ବିଟ ଢଉପଲ୍ଲୀ କାଜୁ ଜଙ୍ଗଲରୁ ଦନ୍ତା ହାତୀର ମୃତ୍ୟୁ ଦେହ ଉଦ୍ଧାର କରାଯାଇଛି । ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ବନ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଛି।

ସୂଚନା ଅନୁଯାୟୀ, ଗତ କିଛି ଦିନ ହେଲା ଆଠ ଟିକିଆ ହାତୀ ପଲ୍ଲ ଖାଦ୍ୟ ଅନ୍ୱେଷଣରେ ଢଉପଲ୍ଲୀ କାଜୁ ଜଙ୍ଗଲ ଦେଇ ଅତିକ୍ରମ କରୁଥିବା ବେଳେ ହାତୀ ଶୁଣ୍ଢଟି ସେହି ରାସ୍ତା ଦେଇ ଯାଇଥିବା ୧୧ କେଭି ବିଦୂତ ତାର ସଂସ୍ପର୍ଶରେ ଆସିଯାଇଥିଲା । ଫଳରେ ଘଟଣା ସ୍ଥଳରେ ହିଁ ଦନ୍ତା ହାତୀର ମୃତ୍ୟୁ ହୋଇଥିଲା । ବହୁ ସମୟ ହାତୀ ପଲ ଜଗି ରହିଥିବା ବେଳେ ସକାଳୁ ମୃତ ଦନ୍ତାକୁ ଛାଡ଼ି ଚାଲି ଯାଇଥିଲେ।

ହାତୀଟିର ବୟସ ଆନୁମାନିକ ୨୫ ରୁ ୩୦ ବର୍ଷ ହେବ ବୋଲି ଅନୁମାନ କରାଯାଉଛି।ହାତୀର ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ସହକାରୀ ବନ ସରଂକ୍ଷକ ସୁଦର୍ଶନ ବାଦି କହିଛନ୍ତି। ବନ ବିଭାଗ କର୍ମଚାରୀମାନେ ମୃତ ହାତୀର ଶବ ବ୍ୟବଚ୍ଛେଦ ଆରମ୍ଭ କରିଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe