ତାରାସିଙ୍ଗି ରେଞ୍ଜ ଅଞ୍ଚଳରେ ଦନ୍ତା ହାତୀ ଆତଙ୍କ: ବ୍ୟାପକ ଫସଲ ନଷ୍ଟ

Advertisment
ତାରାସିଙ୍ଗି ରେଞ୍ଜ ଅଞ୍ଚଳରେ ଦନ୍ତା ହାତୀ ଆତଙ୍କ: ବ୍ୟାପକ ଫସଲ ନଷ୍ଟ

ଭଞ୍ଜନଗର: ଭଞ୍ଜନଗର ଘୁମୁସର ବନଖଣ୍ଡ ତାରାସିଙ୍ଗି ରେଞ୍ଜ ଅଞ୍ଚଳରେ ଦନ୍ତା ହାତୀ ଆତଙ୍କ ଦେଖିବାକୁ ମିଳିଛି। ଗୋଠ ଛଡ଼ା ହୋଇଥିବା ଏହି ଦନ୍ତା କରଡ଼ାବଣି ଗାଁକୁ ପଶି ଆସିବା ସହ ବିଲରେ ଫସଲ ନଷ୍ଟ କରଛି। ଅନେକ ଲୋକଙ୍କ ମୁଗ ଓ ବିରି ଫସଲ ନଷ୍ଟ ହୋଇଛି। ହାତୀ ଆକ୍ରମଣରେ ୨ଟି ଗାଈ ମଧ୍ୟ ଆହତ ହୋଇଛନ୍ତି। ହାତୀକୁ ଘଉଡ଼ାଇବାରେ ବନ ବିଭାଗ ବିଫଳ ହୋଇଥିବାରୁ ଏବେ ଭୟରେ ବିଲକୁ ଯାଉ ନାହାନ୍ତି ଲୋକେ। ହାତୀ ପାଇଁ କ୍ଷତିଗ୍ରସ୍ତ ହୋଇଥିବା ଲୋକେ କ୍ଷତିପୂରଣ ପାଇଁ ପ୍ରଶାସନକୁ ଗୁହାରି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe