ଜନବସତିମୁହାଁ ହାତୀପଲ: ମାତିଲେ-ଖାଇଲେ-ଭାଙ୍ଗିଲେ

Advertisment

ସନ୍ଧ୍ୟା ହେଲେ ଜଙ୍ଗଲରୁ ବାହାରି ଜନବସତିମୁହାଁ ହେଉଛନ୍ତି ହାତୀପଲ। ଗତ କିଛି ଦିନ ଧରି ଗଞ୍ଜାମ ଜିଲ୍ଲା ଉତ୍ତର ଘୁମୁସର ବନଖଣ୍ଡ ଅଧୀନ ମୁଜାଗଡ଼ ବନାଞ୍ଚଳ ଇଲାକାରେ ୨୬ ଟିକିଆ ହାତୀପଲ ଘୂରି ବୁଲୁଛନ୍ତି। ଏହି ହାତୀପଲ ଡହ ସେକସନ୍‌ ଅଧୀନ ଚିଟିପଲ୍ଲୀ ଗ୍ରାମ ନିକଟବର୍ତ୍ତୀ ଜଙ୍ଗଲ ଇଲାକାରେ ଚଳପ୍ରଚଳ କରୁଛନ୍ତି।

ସନ୍ଧ୍ୟା ହେଲେ ଜଙ୍ଗଲରୁ ବାହାରି ଜନବସତିମୁହାଁ ହେଉଛନ୍ତି ହାତୀପଲ। ଗତ କିଛି ଦିନ ଧରି ଗଞ୍ଜାମ ଜିଲ୍ଲା ଉତ୍ତର ଘୁମୁସର ବନଖଣ୍ଡ ଅଧୀନ ମୁଜାଗଡ଼ ବନାଞ୍ଚଳ ଇଲାକାରେ ୨୬ ଟିକିଆ ହାତୀପଲ ଘୂରି ବୁଲୁଛନ୍ତି। ଏହି ହାତୀପଲ ଡହ ସେକସନ୍‌ ଅଧୀନ ଚିଟିପଲ୍ଲୀ ଗ୍ରାମ ନିକଟବର୍ତ୍ତୀ ଜଙ୍ଗଲ ଇଲାକାରେ ଚଳପ୍ରଚଳ କରୁଛନ୍ତି।

ଭଞ୍ଜନଗର: ସନ୍ଧ୍ୟା ହେଲେ ଜଙ୍ଗଲରୁ ବାହାରି ଜନବସତିମୁହାଁ ହେଉଛନ୍ତି ହାତୀପଲ। ଗତ କିଛି ଦିନ ଧରି ଗଞ୍ଜାମ ଜିଲ୍ଲା ଉତ୍ତର ଘୁମୁସର ବନଖଣ୍ଡ ଅଧୀନ ମୁଜାଗଡ଼ ବନାଞ୍ଚଳ ଇଲାକାରେ ୨୬ ଟିକିଆ ହାତୀପଲ ଘୂରି ବୁଲୁଛନ୍ତି। ଏହି ହାତୀପଲ ଡହ ସେକସନ୍‌ ଅଧୀନ ଚିଟିପଲ୍ଲୀ ଗ୍ରାମ ନିକଟବର୍ତ୍ତୀ ଜଙ୍ଗଲ ଇଲାକାରେ ଚଳପ୍ରଚଳ କରୁଛନ୍ତି। ଆଜି ଭୋର୍‌ ସମୟରେ ଗ୍ରାମରେ ପଶି ବ୍ୟାପକ କ୍ଷୟକ୍ଷତି ଘଟାଇଛନ୍ତି।

ଗ୍ରାମର ଟୁନି ଭୂୟାଁଙ୍କ ଧାନ ଓ ପନିପରିବା ଚାଷ ନଷ୍ଟ କରିଥିବା ଅଭିଯୋଗ ହୋଇଛି। ଭୋର୍‌ ସମୟରେ ହାତୀପଲ ରାସ୍ତା କଡ଼ରେ ଥିବା ତାଙ୍କ ଘରେ ପଶି ଅମଳ ଧାନ ବସ୍ତା ଧ୍ବସ୍ତ କରିବା ସହିତ କୃଷି ଯନ୍ତ୍ରପାତି ସହ ଘରକୁ ଲାଗି ରହିଥିବା ଜମିରେ ବିଭିନ୍ନ ପନିପରିବା ଫସଲ, ସୋଲାର୍‌ ବୋର୍‌ ଏବଂ ପ୍ୟାନେଲ୍‌ ନଷ୍ଟ କରି ଦେଇଛନ୍ତି। ସେହିପରି ଗ୍ରାମର ବିଜୟ ମଳିକଙ୍କ  ୪ ବସ୍ତା ଧାନ ଟାଣି ଖାଇ ନଷ୍ଟ କରିବା ସହ ଗ୍ରାମରେ ଏକାକୀ ରହୁଥିବା ବୃଦ୍ଧ କାଞ୍ଚନ ମଳିକଙ୍କ ଘରକୁ ଭାଙ୍ଗି ମାଟିରେ ମିଶାଇ ଦେଇଥିବା ଅଭିଯୋଗ ହୋଇଛି। ହାତୀପଲର ଦୌରାତ୍ମରେ ଗ୍ରାମର ଅନେକ ଚାଷୀଙ୍କ ବ୍ୟାପକ ପନିପରିବା ଓ ଧାନ ଫସଲ ନଷ୍ଟ ହୋଇଥିବା ଚାଷୀ ଅଭିଯୋଗ କରିଛନ୍ତି। 

ଏହି ହାତୀପଲ ଗତ ମାସରେ ଗାଲେରୀ ପଞ୍ଚାୟତର ନୂଆପଲ୍ଲୀ ଗ୍ରାମରେ ପଶି ଘର ଭଙ୍ଗାରୁଜା କରିବା ସହ ଧାନବସ୍ତା ଟାଣି ଖାଇଥିଲେ। ଏହାପରେ ଗତ ଦୁଇ ସପ୍ତାହ ଧରି ଗୁଣ୍ଡୁରିବାଡ଼ି  ଇଲାକାରେ ବୁଲୁଥିବା ବେଳେ ସେଠାରେ କିଛି ଘର ଭାଙ୍ଗିବା ସହ ସେଠାରେ ମଧ୍ୟ ଧାନ ଓ ଚାଉଳ ବସ୍ତା ଟାଣି ଖାଇଥିଲେ। ଏହାପରେ ସେହି ଇଲାକାରୁ ହାତୀଙ୍କୁ ଅନ୍ୟତ୍ର ଘଉଡାଇବା ପାଇଁ ବନ ବିଭାଗକୁ ନାକେଦମ ହେବାକୁ ପଡ଼ିଥିଲା। ଏବେ ପୁଣି ସନ୍ଧ୍ୟା ହେଲେ ଜଙ୍ଗଲରୁ ବାହାରକୁ ଚାଲି ଆସୁଥିବାରୁ ଚାଷୀଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ଚାଷୀ ବ୍ୟାପକ କ୍ଷୟକ୍ଷତିର ସମ୍ମୁଖୀନ ହେଉଛନ୍ତି।

publive-image

ଗତ ଲଗାଣ ବର୍ଷାରେ ଚାଷୀ ବ୍ୟାପକ କ୍ଷତି ସହିଥିବା ବେଳେ ଏବେ ପୁଣି ହାତୀଙ୍କ ଉପଦ୍ରବ ସେମାନଙ୍କ ସମସ୍ୟାକୁ ଦ୍ବିଗୁଣିତ କରିଥିବା ଚାଷୀ ଅଭିଯୋଗ କରିଛନ୍ତି। ହାତୀପଲଙ୍କ ଦୌରାତ୍ମ୍ୟ ଯୋଗୁଁ ବନ କର୍ମଚାରୀ ନାକେଦମ୍‌ ହେଉଛନ୍ତି। ବନ ବିଭାଗର କର୍ମଚାରୀ ଗ୍ରାମବାସୀଙ୍କ ସହାୟତାରେ ସେମାନଙ୍କୁ ଘଉଡାଉଥିବା ବେଳେ ଅନେକ ସ୍ଥାନରେ ଲୋକ ମାନେ ନିଜ ଫସଲକୁ ସୁରକ୍ଷିତ ରଖିବାକୁ ହାତୀ ଘଉଡ଼ାଇବାରେ ଲାଗିପଡୁଛନ୍ତି।                 

ଉକ୍ତ ପଲରେ ଥିବା ମାଈହାତୀ ଛୁଆ ଜନ୍ମ କରିଥିବା ବିଭାଗ କହୁଛି। ଏଣୁ ନବଜାତକର ସୁରକ୍ଷା ପାଇଁ ହାତୀପଲ ଉଗ୍ର ସ୍ବଭାବର ହୋଇ ପଡ଼ିଥିବା ଅନୁମାନ କରାଯାଉଛି। ହାତୀଙ୍କ ଚଳପ୍ରଚଳ ରହିଥିବାରୁ ସେମାନଙ୍କ ଉପରେ ନଜର ରଖାଯାଇଥିବା ବିଭାଗ ପକ୍ଷରୁ କୁହାଯାଇଛି। ବିଶେଷ କରି ସେମାନଙ୍କ ବିଷୟରେ ଅଧିକ ଜାଣିବା ପାଇଁ ଥର୍ମାଲ ଡ୍ରୋନ୍ କ୍ୟାମେରାର ମଧ୍ୟ ସହାୟତା ନିଆଯାଉଛି। ହାତୀ ବାହାରୁଥିବା ଖବର ପାଇ ଅନେକ ଲୋକ ଦେଖିବା ପାଇଁ ଦୌଡି ଯାଉଥିବାରୁ ଅନେକ ସମୟରେ ହାତୀ ଓ ମଣିଷ ଉଭୟଙ୍କ ସୁରକ୍ଷା ଚିନ୍ତାଜନକ ସ୍ଥିତି ସୃଷ୍ଟି କରୁଛି। ଚିଟିପଲ୍ଲୀରେ ହାତୀ ଦ୍ୱାରା ନଷ୍ଟ ହୋଇଥିବା ଫସଲର ଅନୁଧ୍ୟାନ କରି ବିଭାଗ ପକ୍ଷରୁ ସହାୟତା ଯୋଗାଇ ଦିଆଯିବ ବ‌ୋଲି ରେଞ୍ଜର ବିମ୍ବାଧର ସାହୁ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe