ଧରାକୋଟ ଓ ଷଡ଼ଙ୍ଗୀପଲ୍ଲୀରେ ହାତୀ ଆତଙ୍କ, ଘରୁ ନ ବାହାରିବାକୁ ବନବିଭାଗର ପରାମର୍ଶ

Advertisment
ଧରାକୋଟ ଓ ଷଡ଼ଙ୍ଗୀପଲ୍ଲୀରେ ହାତୀ ଆତଙ୍କ, ଘରୁ ନ ବାହାରିବାକୁ ବନବିଭାଗର ପରାମର୍ଶ

ବ୍ରହ୍ମପୁର: ଆସିକା ରେଞ୍ଜର ଧରାକୋଟ ଓ ଷଡ଼ଙ୍ଗୀପଲ୍ଲୀରେ ହାତୀ ଆତଙ୍କ ଦେଖିବାକୁ ମିଳିଛି। ଏଠାରେ୧୨ଟିକିଆ ହାତୀପଲ ଆତଙ୍କ ଖେଳାଇଛନ୍ତି। ସନ୍ଧ୍ୟା ହେଲେ ଜଙ୍ଗଲ ନିକଟରେ ଥିବା ଗାଁରେ ପଶି ଫସଲ ନଷ୍ଟ କରିବା ସହ ଘରଦ୍ୱାର ଭାଙ୍ଗୁଛନ୍ତି। ହାତୀ ପ୍ରବେଶକୁ ରୋକିବା ପାଇଁ ସନ୍ଧ୍ୟା ହେଲେ ବିଦ୍ୟୁତ କାଟ କରାଯାଉଛି।

ସେପଟେ ଆସିକା ରେଞ୍ଜରଙ୍କ ନେତୃତ୍ୱରେ ଆସିକା, ଧରାକୋଟ, ଶେରଗଡ଼ ଓ ଷଡ଼ଙ୍ଗୀପଲ୍ଲୀ ଫରେଷ୍ଟର ଓ ଫରେଷ୍ଟ ଗାର୍ଡ ହାତୀଙ୍କୁ ସୁରକ୍ଷିତ ଭାବେ ଘଉଡ଼ାଇବା ସହ ବିଭିନ୍ନ ସ୍ଥାନରେ ଲୋକଙ୍କୁ ସଚେତନ କରାଯାଉଛି। ଅନ୍ୟପକ୍ଷରେ ହାତୀ ଯାଉଥିବା ରାସ୍ତାକୁ ନାକାବନ୍ଦୀ କରିବା ସହ ଲୋକଙ୍କୁ ଘରୁ ନ ବାହାରିବାକୁ କୁହାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe