ଆସିକାର ପୂର୍ବତନ ବିଧାୟକ ସରୋଜ ପାଢ଼ୀଙ୍କ ନିଖୋଜ ଘଟଣା ଏବେ ବି ରହସ୍ୟ ଘେରରେ

Advertisment
ଆସିକାର ପୂର୍ବତନ ବିଧାୟକ ସରୋଜ ପାଢ଼ୀଙ୍କ ନିଖୋଜ ଘଟଣା ଏବେ ବି ରହସ୍ୟ ଘେରରେ

ଆସିକା: ଆସିକାର ପୂର୍ବତନ ବିଧାୟକ ସରୋଜ ପାଢ଼ୀଙ୍କ ନିଖୋଜ ଘଟଣା ଏବେ ବି ରହସ୍ୟ ଘେରରେ। ଭୁବନେଶ୍ବରର ୟୁନିଟ ୬ସ୍ଥିତ ରାଧାକୃଷ୍ଣ ଆପାର୍ଟମେଣ୍ଟରେ ସେ ରହୁଥିବାବେଳେ ଶେଷଥର ଆପାର୍ଟମେଣ୍ଟରୁ ବାହାରକୁ ଯାଉଥିବାର ଦେଖିବାକୁ ମିଳିଥିଲା।
ଗୁରୁବାର ସକାଳ ୮ଟା ୨୦ରୁ ଆପାର୍ଟମେଣ୍ଟରୁ ବାହାରକୁ ଯାଇଥିଲେ ସରୋଜ। ନିଖୋଜ ନେଇ କ୍ୟାପିଟାଲ ଥାନାରେ ପୁଅ ଏତଲା ଦେଇଛନ୍ତି। ସିସିଟିଭି ଫୁଟେଜ୍ ଆଧାରରେ ପୁଲିସ ଅନୁସନ୍ଧାନ ଚଳାଇଛି। ଘଟଣାକୁ ୪୮ ଘଣ୍ଟାରୁ ଅଧିକ ସମୟ ବିତିଯାଇଥିଲେବି ଏଯାଏ ତାଙ୍କର ପତ୍ତା ମିଳିପାରୁନି। ସରୋଜ ପାଢୀଙ୍କ ନିଖୋଜ ଖବର ପାଇଲାପରେ ଆସିକାରୁ ତାଙ୍କର କେତେକ ସମ୍ପର୍କୀୟ ଓ ସମର୍ଥକ ଭୁବନେଶ୍ବର ଆସିଛନ୍ତି।

ବିଧାୟକ ସରୋଜ ପାଢ଼ୀଙ୍କୁ ଖୋଜାଖୋଜି ଚାଲିଛି ବୋଲି ଭୁବନେଶ୍ୱର ଡିସିପି ପ୍ରତୀକ ସିଂ ସୂଚନା ଦେଇଛନ୍ତି। ଏନେଇ  ସମ୍ପର୍କୀୟମାନଙ୍କୁ ପଚରାଉଚରା କରି ତଥ୍ୟ ସଂଗ୍ରହ କରାଯାଉଛି ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ, ସରୋଜ କୁମାର ପାଢୀ ଆସିକା ରାଜନୀତିରେ ଗତ ୨୫ ବର୍ଷ ଧରି ସକ୍ରିୟ ଅଛନ୍ତି । ସେ ୨୦୦୪ ରୁ ୨୦୦୯ ଆସିକାରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ବିଧାୟକ ନିର୍ବାଚିତ ହୋଇଥିଲେ। ପୁଣି ୨୦୦୯ ରେ ସ୍ୱାଧୀନ ଭାବେ ଲଢ଼ି ପରାଜିତ ହୋଇଥିଲେ। ୨୦୧୪ ନିର୍ବାଚନ ସେ କଂଗ୍ରେସ ଟିକଟରେ ଲଢ଼ି ପରାଜିତ ହୋଇଥିଲେ। ସେ ୧୯୯୫ରେ ପ୍ରଥମ ଥର ଜନତା ଦଳରୁ ପ୍ରାର୍ଥୀ ହୋଇ ନିର୍ବାଚନ ଲଢ଼ି ପରାସ୍ତ ହୋଇଥିଲେ। ୨୦୦୦ ମସିହାରେ ମଧ୍ୟ ସ୍ୱାଧୀନ ଭାବେ ନିର୍ବାଚନ ଲଢ଼ି ପରାସ୍ତ ହୋଇଥିଲେ। ଆସିକା ଅଞ୍ଚଳରେ ତାଙ୍କର ନିଜସ୍ୱ ସଂଗଠନ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe