ସାର ପାଇଁ ହାହାକାର: ବଳରାମପୁରରେ ବଣ୍ଟନ ଅଧାରୁ ବନ୍ଦ

Advertisment

ସାର ଆସୁଛି। ହେଲେ ସମୁଦ୍ରକୁ ଶଙ୍ଖେ ପରି। ଫଳ ସ୍ୱରୂପ ସବୁଠି ସାରର ଅଭାବ ଯୋଗୁଁ ଅପ୍ରୀତିକର ପରିସ୍ଥିତି ଉପୁଜିଛି। ଗଂଜାମ ଜିଲ୍ଲା ଧରାକୋଟ ବ୍ଲକ ଅଧିନରେ ରହିଛି ୧୫ ଗୋଟି ସେବା ସମବାୟ ସମିତି।

ସାର ଆସୁଛି। ହେଲେ ସମୁଦ୍ରକୁ ଶଙ୍ଖେ ପରି। ଫଳ ସ୍ୱରୂପ ସବୁଠି ସାରର ଅଭାବ ଯୋଗୁଁ ଅପ୍ରୀତିକର ପରିସ୍ଥିତି ଉପୁଜିଛି। ଗଂଜାମ ଜିଲ୍ଲା ଧରାକୋଟ ବ୍ଲକ ଅଧିନରେ ରହିଛି ୧୫ ଗୋଟି ସେବା ସମବାୟ ସମିତି।

Dharakot

ଧରାକୋଟ: ସାର ଆସୁଛି। ହେଲେ ସମୁଦ୍ରକୁ ଶଙ୍ଖେ ପରି। ଫଳ ସ୍ୱରୂପ ସବୁଠି ସାରର ଅଭାବ ଯୋଗୁଁ ଅପ୍ରୀତିକର ପରିସ୍ଥିତି ଉପୁଜିଛି। ଗଂଜାମ ଜିଲ୍ଲା ଧରାକୋଟ ବ୍ଲକ ଅଧିନରେ ରହିଛି ୧୫ ଗୋଟି ସେବା ସମବାୟ ସମିତି। ଏହି ସମିତି ଗୁଡ଼ିକ ସହ ପ୍ରାୟ ୪୦ହଜାର ଚାଷୀ କୃଷି ଋଣ ନେବା, ମଣ୍ଡି ମାଧ୍ୟମରେ ଧାନ ଦେବା, ଖରିଫ ଓ ରବି ଋତୁରେ ବିହନ, ସାର ନେବା ଭଳି କାର୍ଯ୍ୟ ଯୋଗୁଁ ପ୍ରତ୍ୟକ୍ଷ ଭାବେ ଜଡ଼ିତ ରହିଛନ୍ତି। ଏଣୁ ଚାଷୀର ଆର୍ଥିକ ବିକାଶ ପଛରେ ସମବାୟ ସମିତିର ଭୂମିକା ଗୁରୁତ୍ଵପୂର୍ଣ୍ଣ। ହେଲେ ଚଳିତ ବର୍ଷ ସମବାୟ ସମିତି ବା ପାକସ ଗୁଡ଼ିକ ଉପରୁ ସାର ଯୋଗାଇବାରେ ଅନିଶ୍ଚିତତା ଯୋଗୁଁ। ଚାଷୀକୁଳ ଅସ୍ଥା ହରାଇ ସାରିଲେଣି। 

ଚଳିତ ବର୍ଷ ସ୍ଵାଭାବିକ ଓ ସମୟୋପଯୋଗି ବର୍ଷା ଯୋଗୁଁ ବ୍ଲକର ଅଧିକାଂଶ ଅଞ୍ଚଳରେ ଧାନ ଫସଲ ଭଲ ହୋଇଛି। ଧନ ବୁଣା ଓ ରୁଆ ସମୟରେ ଚାଷୀମାନେ ସାର ସଂଗ୍ରହ କରି ନିଜ ନିଜ ଜମିରେ ପକାଇଥିଲେ।

ବର୍ତ୍ତମାନ ଧନ ଫଳ ହୋଇ ପୁଡ଼ା ହେବା ସମୟରେ ସାରର ଆବଶ୍ୟକତା ରହିଥିବା ବେଳେ ଏବେ ସାର ଶୂନ୍ୟ ହୋଇଯାଇଅଛି ସମବାୟ ସମିତି ଗୁଡ଼ିକ। ଯେଉଁ କେତେକ ସମିତିରେ ସାର ପହଞ୍ଚିଛି ତାହା ସମୁଦ୍ରକୁ ଶଙ୍ଖେ ଭଳି। ଏଣୁ ସବୁଠି ଚାଷୀ ଅସନ୍ତୋଷ ବଢିବାରେ ଲାଗିଛି। ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ବଳରାମପୁର ସମବାୟ ସମିତିରେ। ଶନିବାର ଏହି ସମିତିରେ ମହଜୁଦ ଥିବା ୪୫୦ ବସ୍ତା ସାର ବଣ୍ଟନ ପାଇଁ ଲୋକଙ୍କ ଲମ୍ବା ଲାଇନ ଲାଗିଥିଲା। ନୋଡାଲ ଅଧିକାରୀ ତଥା ତହସିଲଦାର ଲମ୍ବୋଦର ମାରାଣ୍ଡି ବ୍ଲକ କୃଷି ଅଧିକାରୀ ବିଶ୍ଵନାଥ ବେହେରା, ସହ କୃଷି ଅଧିକାରୀ ଅନିଲ କୁମାର ବେହେରା ପ୍ରମୁଖ ବଳରାମପୁରରେ ପହଞ୍ଚି ସ୍ଥିତି ପରଖିବା ସମୟରେ ଅପ୍ରୀତିକର ପରିସ୍ଥିତି ଦେଖିବାକୁ ମିଳିଥିଲା। 

ବଡ଼ଗଡ଼ ପୁଲିସ ଉପସ୍ଥିତ ରହିଥିବା ବେଳେ ପ୍ରାୟ ୧୫୦ ଜଣ ଚାଷୀ ସାର ନେବାପରେ ହଠାତ ମହିଳା ଚାଷୀମାନେ ଉତଖିପ୍ତ ହୋଇ ଧସେଇ ପଶିଥିଲେ ଓ ସେମାନଙ୍କୁ ସାର ଦେବାପାଇଁ ଜିଦ ଧରିବାରୁ ଅଧାରୁ ବଣ୍ଟନ ପ୍ରକ୍ରିୟା ବନ୍ଦ ହୋଇଯାଇଥିଲା। ସୀମିତ ସଂଖ୍ୟକ ସାର ପେକେଟ ତୁଳନାରେ ଚାଷୀଙ୍କ ସଂଖ୍ୟା ଯଥେଷ୍ଟ ଅଧିକ ରହିଥିଲା। ଏଣୁ ଗଣ୍ଡଗୋଳ ଆଶଙ୍କା କରି ଅଧାରୁ ଏହି ପ୍ରକ୍ରିୟାକୁ ବନ୍ଦ କରିବାରୁ ଚାଷୀମାନେ ଅସନ୍ତୁଷ୍ଟ ହୋଇ ନିରାଶାରେ ଫେରିଥିଲେ। ସଂପ୍ରତି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ପାଲଟିଛି  ବାହାର ପୁର ସେବା ସମବାୟ ସମିତିର ସ୍ଥିତି। ଏହି ସମିତିରେ ପାଖାପାଖି ତିନି ହଜାର ଚାଷୀ ନିଜର ନାମ ପଞ୍ଜୀକରଣ କରିଥିବା ବେଳେ ୬୫୦ ଜଣ ଚାଷୀ ସମିତିରୁ ରୁଣ ନେଇଥିବା ବେଳେ ୬୫୦ ଜଣ ଚାଷୀ ମଣ୍ଡିରେ ଧନ ବିକ୍ରୟ ପାଇଁ ଆବେଦନ କରିଛନ୍ତି। ଏହି ସମିତି ଅଧୀନରେ ୨୨ ଗୋଟି ଗାଁ ରହିଛି। 

ganjam

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe