ନିର୍ବନ୍ଧ ପାଇଁ ଯାଉଥିଲେ, ବାଟରେ ଜଗିଥିଲା ଯମ : ନିମିଷକେ ଚାଲିଗଲା ୧୧ ଜୀବନ

Advertisment

୧୧ କେଭି ବିଦ୍ୟୁତ୍‌ତାର ସଂସ୍ପର୍ଶରେ ଆସି ୧୧ ମୃତ,୩୭ ଆହତ

୧୧ କେଭି ବିଦ୍ୟୁତ୍‌ତାର ସଂସ୍ପର୍ଶରେ ଆସି ୧୧ ମୃତ,୩୭ ଆହତ

ନିର୍ବନ୍ଧ ପାଇଁ ଯାଉଥିଲେ, ବାଟରେ ଜଗିଥିଲା ଯମ : ନିମିଷକେ ଚାଲିଗଲା ୧୧ ଜୀବନ

ରଙ୍ଗେଇଲୁଣ୍ଡା : ଆଜି ମଧ୍ୟାହ୍ନରେ ଗଞ୍ଜାମ ଜିଲ୍ଲାର ରଙ୍ଗେଇଲୁଣ୍ଡା ନିକଟରେ ଘଟିଯାଇଛି ଏକ ହୃଦୟବିଦାରକ ଘଟଣା। ଏକ ନିର୍ବନ୍ଧ ଉତ୍ସବରେ ଯୋଗ ଦେବା ପାଇଁ ବରପକ୍ଷର ୪୦ରୁ ଊର୍ଧ୍ବ ବ୍ୟକ୍ତି ‌ଏକ ବସ୍‌ ଯୋଗେ ବେଶ୍‌ ହସଖୁସିରେ କନ୍ୟାଘର ଅଭିମୁଖେ ଯାତ୍ରାରମ୍ଭ କରିଥିବା ବେଳେ   ଯମ ସେମାନଙ୍କର ବାଟ ଓଗାଳି ବସିଛି ବୋଲି ସେମାନଙ୍କର କଳ୍ପନାରେ ବି ନଥିଲା। ବରପକ୍ଷର ଲୋକମାନେ ଯାଉଥିବା ବସ୍‌ଟି ମଝି ବାଟରେ ହଠାତ୍‌ ୧୧ କେଭି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସିବା ପରେ ଘଟିଥିଲା ଏକ ମର୍ମନ୍ତୁଦ ଦୁର୍ଘଟଣା। ୧୧ କେଭି ବିଦ୍ୟୁତ୍‌ତାର ସଂସ୍ପର୍ଶରେ ଆସିଯିବା ପରେ ବସ୍‌ରେ ପ୍ରବାହିତ ହୋଇଥିଲା ଉଚ୍ଚଶକ୍ତିର ବିଦ୍ୟୁତ୍‌ କରେଣ୍ଟ୍‌ ଏବଂ ବିଦ୍ୟୁତ୍‌  ଆଘାତରେ ୧୧ ଜଣଙ୍କର ଜୀବନ ଚାଲି ଯାଇଥିବା ବେଳେ ୩୦ ଜଣ ଗୁରୁତର ହୋଇଥିଲେ। ଘଟଣାସ୍ଥଳରେ ୬ ଜଣ ମୃତ୍ୟୁମୁଖରେ ପଡ଼ିଥିବା ବେଳେ ଅବଶିଷ୍ଟ ୫ ଜଣଙ୍କର ଡାକ୍ତରଖାନାକୁ ନେବା ବାଟରେ ମୃତ୍ୟୁ ହୋଇଯାଇଥିଲା।

ହସ୍ତଗତ ହୋଇଥିବା ରିପୋର୍ଟରୁ ପ୍ରକାଶ ଯେ ଆଜି ରଙ୍ଗେଇଲୁଣ୍ଡା ବ୍ଲକ ଅନ୍ତର୍ଗତ ଦାଙ୍କୁଲୁପାଡୁ ଗାଁର ଏକ ବରପକ୍ଷର ୪୩ ଜଣ ବ୍ୟକ୍ତି ଏକ ବସ୍‌ରେ ସବାର ହୋଇ ନିର୍ବନ୍ଧ ଉଦ୍ଦେଶ୍ୟରେ କନ୍ୟଘର ଶିଖରଡ଼ା ଅଭିମୁଖେ ଯାତ୍ରାରମ୍ଭ କରିଥିଲେ। ତେବେ, ଦୁର୍ଯୋଗକୁ ନେନ୍ଦ୍ରାଜପୁରଠାରେ ବସ୍‌ଟି  ରାସ୍ତାରେ  ଅଳ୍ପ ଉଚ୍ଚରେ ଝୁଲି ଥିବା  ଏକ ୧୧ କେଭିର ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସିଯିବା ଫଳରେ ସମଗ୍ର ବସ୍‌ରେ ବିଦ୍ୟୁତ୍‌ କରେଣ୍ଟ୍‌ ପ୍ରବାହିତ ହୋଇଥିଲା। ବିଦ୍ୟୁତ୍‌ କରେଣ୍ଟ୍‌ ଆଘାତରେ ଘଟଣାସ୍ଥଳରେ ୬ ଜଣଙ୍କର ଜୀବନ ଚାଲି ଯାଇଥିବା ବେଳେ ଅନ୍ୟ ୫ ଜଣ ମଧ୍ୟ ଗୁରୁତର ହୋଇ ପଡ଼ିଥିଲେ। ଗୁରୁତର ୫ ଜଣଙ୍କୁ ହସ୍ପିିଟାଲ୍‌ ନିଆ ଯାଉଥିବା ବାଟରେ ସେମାନେ ମଧ୍ୟ ଶେଷ ନିଶ୍ବାସ ତ୍ୟାଗ କରିଥିଲେ। ଏମାନଙ୍କ ବ୍ୟତୀତ ଏହି ଘଟଣାରେ ବସ୍‌ରେ ଥିବା ଅନ୍ୟ ୩୦ ଜଣ ବ୍ୟକ୍ତି ମଧ୍ୟ ଗୁରୁତର ଭାବେ ଆହତ ହୋଇ ବ୍ରହ୍ମପୁରର ଏମ୍‌କେସିଜି ମେଡିକାଲ୍‌ କଲେଜ ହସ୍ପିଟାଲରେ  ଓ ତେନ୍ତୁଆପାଲି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି। ଏଯାବତ୍ ମିଳିଥିବା ସୂଚନା ଅନୁସାରେ, ମୃତକମାନେ ହେଉଛନ୍ତି ବି.ରମେୟା, ବି ଅଚୁଲ୍‌, କାମରାଜୁ, ବି.ତାରିଣୀ, କେ.ସଞ୍ଜୁ, ବି.ମୋହିନୀ, ବି. କନକେୟ, ସନ୍ତୋଷୀ ସାହୁ । ଅବଶିଷ୍ଟ ମୃତକଙ୍କ ନାମ ଏଯାବତ୍ ହସ୍ତଗତ ହୋଇନାହିଁ।

publive-image

ଘଟଣା ସଂପର୍କରେ ଖବର ପାଇବା ମାତ୍ରେ ଅଗ୍ନିଶମ ସେବା କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରିବା ସହ ସେମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାକୁ ପଠାଇଛନ୍ତି। ଏହି ଘଟଣା ସମଗ୍ର ଅଞ୍ଚଳରେ ଏକ ଶୋକର ବାତାବରଣ ସୃଷ୍ଟି କରିଛି।

ଇଏ କେବଳ ଗୋଟିଏ ଘଟଣା ନୁହେଁ, ସମାନ ଢଙ୍ଗରେ ଆଉ ଗୋଟିଏ ଦୁର୍ଘଟଣା ମଧ୍ୟ ଘଟିଛି ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ ଡଗରା ଗୁମୁଟି ଛକ ନିକଟରେ। ପିକ୍‌ନିକ୍‌ କରିବା ଉଦେଶ୍ୟରେ ଆଜି ୭୦ ଜଣ ବ୍ୟକ୍ତି ଏକ ବସ୍‌ରେ ଯାଉଥିବା ବେଳେ ବସ୍‌ଟି ଡଗରା ଗୁମୁଟି ଛକ ନିକଟରେ ଏକ ୧୧ କେଭି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ତେବେ, ସୌଭାଗ୍ୟବଶତଃ ଏହି ଦୁର୍ଘଟଣାରେ କେହି ମୃତାହତ ହୋଇନାହାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe