ବାକି ନ ଦେବାରୁ ଦୋକାନୀଙ୍କୁ ଗୁଳିମାଡ କରି ଦୁର୍ବୃତ୍ତ ଫେରାର, ପୁଲିସର ତନାଘନା

Advertisment
ବାକି ନ ଦେବାରୁ ଦୋକାନୀଙ୍କୁ ଗୁଳିମାଡ କରି ଦୁର୍ବୃତ୍ତ ଫେରାର, ପୁଲିସର ତନାଘନା

OST

ବ୍ରହ୍ମପୁର: ବ୍ରହ୍ମପୁରରୁ ଆସିଲା ଅଭାବନୀୟ ଘଟଣା । ବାକି ନ ଦେବାରୁ ଦୋକାନୀକୁ ଗୁଳିକଲା ଦୁର୍ବୁତ୍ତ । ଏହି ଘଟଣା ସାମ୍ନାକୁ ଆସିବା ପରେ ସ୍ଥାନୀୟ ଅଞ୍ଚଳରେ ଏକ ଭୟର ବାତାବରଣ ଖେଳିଯାଇଛି।

ସୂଚନା ଅନୁଯାୟୀ, ଦୋକାନୀ ବାକି ନ ଦେବାରୁ ଗଞ୍ଜାମ ଜିଲ୍ଲା ଛତ୍ରପୁର ଥାନା ଅନ୍ତର୍ଗତ ସିଙ୍ଗିପୁର ଗାଁରେ ଜଣେ ଦୋକାନୀଙ୍କ ଉପରକୁ ଗୁଳି ମାଡ଼ ହୋଇଛି । ଏଥିରେ ଦୋକାନୀ ସୁଶାନ୍ତ ପାତ୍ର ଆହତ ହୋଇଥିଲେ । ତାଙ୍କୁ ଗତକାଲି ରାତିରେ ବ୍ରହ୍ମପୁର ଏମକେସିଜି  ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ତାଙ୍କ ଅଣ୍ଟାରେ ଗୁଳି ବାଜିଛି । ଅନ୍ୟ ପକ୍ଷରେ ଅଭିଯୁକ୍ତ ସଞ୍ଜୟ ବାରିକ ଫେରାର ହୋଇଯାଇଛି ।

ସିଙ୍ଗିପୁର ଗାଁରେ ସୁଶାନ୍ତ ତେଜରାତି ଦୋକାନ କରିଛନ୍ତି । ଗତକାଲି ରାତିରେ ସଞ୍ଜୟ ବାକି ମାଗିଥିଲେ । ଏହି ସମୟରେ ଦୋକାନରେ କିନ୍ତୁ ସୁଶାନ୍ତ ନଥିଲେ। ପୂର୍ବରୁ ସଞ୍ଜୟଙ୍କର କିଛି ଟଙ୍କା ବାକି ଥିବାରୁ ସୁଶାନ୍ତଙ୍କ ପତ୍ନୀ ଓ ପୁଅ ବାକି ଦେବାକୁ ମନା କରିଥିଲେ ।

ଏଥିରେ ଉତକ୍ଷିପ୍ତ ହୋଇ ସଞ୍ଜୟ ନିଜ ଘରକୁ ଯାଇ ଏକ ମାଉଜର ଧରି ଆସିଥିଲେ। ସେତେବେଳେ ସୁଶାନ୍ତ ଦୋକାନରେ ବସିଥିଲେ। ତା’ପରେ ସଞ୍ଜୟ ସୁଶାନ୍ତଙ୍କ ଉପରକୁ ଗୁଳିମାଡ଼ କରିଥିଲେ। ଖବରପାଇ ପୁଲିସ ଘଟଣାସ୍ଥଳରେ ତଦନ୍ତ କରୁଥିବା ବେଳେ ଅଭିଯୁକ୍ତ ସଞ୍ଜୟ ବାରିକଙ୍କୁ ଖୋଜୁଥିବା ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe