ଘୋଡ଼ାହାଡ଼ ଡ୍ୟାମ୍‌ରେ ଡଙ୍ଗା ଓଲଟି ଧୀବର ମୃତ

Advertisment

୨ ଦିନରେ ଦୁଇ ଡଙ୍ଗା ବୁଡ଼ି ଘଟଣା

୨ ଦିନରେ ଦୁଇ ଡଙ୍ଗା ବୁଡ଼ି ଘଟଣା

ନିଶାମୁକ୍ତି କେନ୍ଦ୍ରରେ ୪୮ ବର୍ଷୀୟ ବ୍ୟକ୍ତିଙ୍କୁ ପିଟିପିଟି ହତ୍ୟା, ୭ ଜଣ ଗିରଫ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ୍‌ ତାମ୍ପରା ହ୍ରଦରେ ଡଙ୍ଗା ବୁଡ଼ି ଜଣକ ମୃତ୍ୟୁ ଘଟିଥିଲା। ଏହାର ଦିନକ ପରେ ଦିଗପହଣ୍ଡି ବ୍ଳକ୍‌ ଘୋଡ଼ାହାଡ଼ ଡ୍ୟାମ୍‌ରେ ପୁଣି ଡଙ୍ଗା ଓଲଟି ଜଣେ ଧୀବରଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ଦିଗପହଣ୍ଡି ବ୍ଲକ୍‌ ବାଲିଘାଇ ଗ୍ରାମର ରାଜେନ୍ଦ୍ର ବେହେରା।

ଆଜି ସନ୍ଧ୍ୟାରେ ତାଙ୍କ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ ଡ଼ାକ୍ତରଖାନା ପଠାଯାଇଛି। ରାଜେନ୍ଦ୍ର ଗତ ରବିବାର ମାଛ ମାରିବାକୁ ଜାଲ ଓ ଡଙ୍ଗା ନେଇ ଜଳଭଣ୍ଡାରକୁ ଯାଇଥିଲେ। ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ସେ ମାଛ ମାରି ଘରକୁ ଫେରିବେ ବୋଲି ପତ୍ନୀଙ୍କୁ କହିଥିଲେ। ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ସେ ନ ଫେରିବାରୁ ପରିବାର ଲୋକେ ଗ୍ରାମବାସୀଙ୍କ ସହାୟତାରେ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର କୌଣସି ସନ୍ଧାନ ମିଳିନଥିଲା। ବୁଧବାର ଗ୍ରାମର ଅନ୍ୟ କିଛି କୈବର୍ତ୍ତ ମାଛ ଧରିବାକୁ ଜଳଭଣ୍ଡାରର ପ୍ରାୟ ୧୦ କିମି ଦୂରକୁ ଯାଇଥିବା ବେଳେ ରାଜେନ୍ଦ୍ରଙ୍କ ମୃତଦେହ ଡ଼ଙ୍ଗା ସହ ଭାସୁଥିବା ଦେଖିଥିଲେ। ଏ ନେଇ ସେମାନେ ରାଜେନ୍ଦ୍ରଙ୍କ ଘର ଲୋକଙ୍କୁ ଖବର ଦେଇଥିଲେ। ସନ୍ଧ୍ୟା ପ୍ରାୟ ୬ଟାରେ ପୁଲିସ ଉପସ୍ଥିତିରେ ମୃତଦେହ ଉଦ୍ଧାର କରା ଯାଇଥିବା ଜଣାପଡିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe