ଜଗନ୍ନାଥପ୍ରସାଦ : ବିଗତ କିଛି ମାସ ମଧ୍ୟରେ ଗଞ୍ଜାମ ଜିଲ୍ଳା ଜଗନ୍ନାଥପ୍ରସାଦ ବନାଞ୍ଚଳରେ ବନ୍ୟଜନ୍ତୁ ଶିକାରୀ ସକ୍ରିୟ ହୋଇ ଉଠିଛନ୍ତି। ଗତ ବିଳମ୍ବିତ ରାତି ପ୍ରାୟ ଗୋଟାଏ ବେଳେ ବନବିଭାଗ ବନ୍ୟଜନ୍ତୁ ଶିକାର ପାଇଁ ଆସିଥିବା ଗ୍ୟାଙ୍ଗ୍ର ଦୁଇଟି ଉଦ୍ୟମକୁ ପଣ୍ଡ କରିଛି। ମୋଟ ୪ଜଣ ଶିକାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ସେମାନଙ୍କ ଠାରୁ ଦୁଇଟି ବନ୍ଧୁକ ଏବଂ ବାଇକ୍ ଜବତ ହୋଇଛି। ଗିରଫ ମାନେ ହେଲେ ଗୁଣ୍ଡୁରି ସାହି ଗ୍ରାମର ବିକାଶ କୁମାର ନାୟକ, ନରେନ୍ଦ୍ରପୁର ଗ୍ରାମର ସୂର୍ଯ୍ୟନାରାୟଣ ସେଠୀ ଏବଂ ଅଳସୁ ପଞ୍ଚାୟତ ନିମସାହି ଗ୍ରାମର କାଳୁ ବେହେରା ଓ ମନୁ ବେହେରା।
ଶିକାର ଉଦ୍ୟମ ପଣ୍ଡ : ୪ ଶିକାରୀ ଗିରଫ, ଦୁଇ ବନ୍ଧୁକ
Advertisment
Follow Us