ଗଞ୍ଜାମ: ବ୍ରହ୍ମପୁରରେ ରୋଷେଇ ବେଳେ ଗ୍ୟାସ୍‌ ସିଲିଣ୍ଡର ବିସ୍ଫୋରଣ, ୪ ଗୁରୁତର

Advertisment
ଗଞ୍ଜାମ: ବ୍ରହ୍ମପୁରରେ ରୋଷେଇ ବେଳେ ଗ୍ୟାସ୍‌ ସିଲିଣ୍ଡର ବିସ୍ଫୋରଣ, ୪ ଗୁରୁତର

ବ୍ରହ୍ମପୁର: ରୋଷେଇ ବେଳେ ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ଘଟିବାରୁ ଶୁକ୍ରବାର ସନ୍ଧ୍ୟାରେ ୪ ଜଣ ଲୋକ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। ବ୍ରହ୍ମପୁର ଫାଷ୍ଟଗେଟ୍‌ ଗାୟତ୍ରୀ ନଗରରେ ବିସ୍ଫୋରଣ ଘଟିବାରୁ ମା’ ଓ ୨ ଝିଅ ଗୁରୁତର ହୋଇଛନ୍ତି। ଏହି ବିସ୍ଫୋରଣରେ ପଡ଼ୋଶୀ ଜଣେ ମଧ୍ୟ ଆହତ ହୋଇଥିବା ସୂଚନା ମିଳିଛି। ସମସ୍ତ ଗୁରୁତରଙ୍କୁ ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି କରାଯାଇଛି। ଏହି ଘଟଣାରେ ୨ଟି ଘରେ ନିଅାଁ ଲାଗି ଯାଇଥିବା ବେଳେ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳକୁ ପହଞ୍ଚି ନିଅାଁକୁ ଆୟତ୍ତ କରିଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe