Update Odisha
ବ୍ରହ୍ମପୁର: ଲକ୍ଡାଉନ୍ ହେତୁ ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ବ୍ରହ୍ମପୁର ମହାନଗର ନିଗମ କମିସନର ଗତକାଲି ରାତିରେ ଟ୍ବିଟ୍ କରି ଲୋକଙ୍କୁ ଏକ ଜରୁରୀ ସେବା ଯୋଗାଇବା ନେଇ ଘୋଷଣା କରିଛନ୍ତି। ଲକ୍ଡାଉନ୍ ହେତୁ ଦିନରେ ଯାନବାହାନ ଚଳାଚଳକୁ ନେଇ କଟକଣା ରହିଥିବା ବେଳେ ବ୍ରହ୍ମପୁର ମହାନଗର ନିଗମରେ ରାତିରେ ଜରୁରୀ ସେବା ଲାଗି ୨୨ଟି ଅଟୋ ଚାଲିବ ବୋଲି ସୂଚନା ଦେଇଛନ୍ତି କମିସନର୍।
କମିସନ୍ର ଟ୍ବିଟ୍ କରି ୨୨ ଜଣ ଅଟୋ ଚାଳକଙ୍କ ନାମ ସହ ସେମାନଙ୍କ ଫୋନ୍ ନମ୍ବର ପ୍ରକାଶ କରିଛନ୍ତି। ବ୍ରହ୍ମପୁର ଲୋକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନିଆଯାଇଛି। ରାତିରେ ସ୍ବାସ୍ଥ୍ୟ କିମ୍ବା ଅନ୍ୟ କୌଣସି ପ୍ରକାରର ଜରୁରୀ କାମ ପଡ଼ିଲେ ବ୍ରହ୍ମପୁର ବାସିନ୍ଦା ଅଟୋ ଚାଳକଙ୍କ ନମ୍ବରକୁ କଲ୍ କରି ସେମାନଙ୍କ ସାହାଯ୍ୟ ନେଇପାରିବେ। ଅଟୋ ଭଡ଼ା କିଲୋମିଟର ପିଛା ୧୦ ଟଙ୍କା ଧାର୍ଯ୍ୟ କରାଯାଇଛି।
Follow Us