ଗଞ୍ଜାମ ଜିଲ୍ଲା ପରିଷଦ: ଷଷ୍ଠ ଥର କବ୍‌ଜା ପାଇଁ ଶାସକ ଦଳର ରଣନୀତି

Advertisment

୧୯୯୭ରେ କଂଗ୍ରେସକୁ ମିଳିଥିଲା ଝଟ୍‌କା, ୧୯୯୭ରେ ମେଣ୍ଟଦଳ, ୨୦୦୨ରୁ ବିଜେଡି

୧୯୯୭ରେ କଂଗ୍ରେସକୁ ମିଳିଥିଲା ଝଟ୍‌କା, ୧୯୯୭ରେ ମେଣ୍ଟଦଳ, ୨୦୦୨ରୁ ବିଜେଡି

ଗଞ୍ଜାମ ଜିଲ୍ଲା ପରିଷଦ: ଷଷ୍ଠ ଥର କବ୍‌ଜା ପାଇଁ ଶାସକ ଦଳର ରଣନୀତି

ବ୍ରହ୍ମପୁର, (ଲକ୍ଷ୍ମୀ ନାରାୟଣ ବେଜ): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନେଇ ତାରିଖ ଘୋଷଣା ହୋଇଯାଇଛି। ତେବେ ସମସ୍ତଙ୍କ ନଜର ଖୋଦ୍‌ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗଞ୍ଜାମ ଉପରେ। ସରପଞ୍ଚ ଓ ସମିତି ସଭ୍ୟ ପଦ ନିର୍ବାଚନରେ ରାଜନୈତିକ ଦଳର ଚିହ୍ନ ଆବଶ୍ୟକତା ନଥିଲେ ମଧ୍ୟ ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦ ଦଖଲ ଶାସକ ଦଳ ପାଇଁ ଇଜ୍ଜତର ପ୍ରଶ୍ନ ହେବ। ସବୁଠାରୁ ଗୁରୁତ୍ବପୂର୍ଣ୍ଣ ବିଷୟ ହେଲା, ଜିଲ୍ଲାପରିଷଦ ଗଠନ ପରଠାରୁ ଆଜି ପର୍ଯ୍ୟନ୍ତ ୫ ଥର ଗଞ୍ଜାମ ଜିଲ୍ଲା ପରିଷଦ କ୍ଷମତା ବିଜେଡି ଦଖଲ କରିଆସିଛି। ଚଳିତ ନିର୍ବାଚନରେ ମଧୢ କିପରି ଶାସକ ଦଳ ସୁପ୍ରିମୋଙ୍କ ଜିଲ୍ଲାରେ ନିଜ ଦବ୍‌ଦବା ବଜାୟ ରଖିବ, ସେନେଇ ଦଳ ପକ୍ଷରୁ ଆରମ୍ଭ ହୋଇଛି ଅଙ୍କକଷା।

୧୯୯୭ରେ ରାଜ୍ୟରେ ସରକାର ଥିବା ସମୟରେ ପଞ୍ଚାୟତ ଶାସନ ବ୍ୟବସ୍ଥାକୁ ଅଧିକ ଶକ୍ତିଶାଳୀ କରିବା ନେଇ ଆରମ୍ଭ ହୋଇଥିଲା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ବ୍ୟବସ୍ଥା। ସେତେବେଳେ ରାଜ୍ୟ ଶାସନ କ୍ଷମତାରେ ଥିବା କ˚ଗ୍ରେସ କିନ୍ତୁ ଗୁରୁତ୍ବପୂର୍ଣ ଗଞ୍ଜାମ ଜିଲ୍ଲା ପରିଷଦ କ୍ଷମତା ହାତେଇପାରି ନଥିଲା। ୧୯୯୭ରେ ଅଣକ˚ଗ୍ରେସ ଦଳ ଭାବେ ଜନତା, ବାମପନ୍ଥୀ ଓ ବିଜେପି ମିଳିତ ଭାବେ କ˚ଗ୍ରେସ ବିରୋଧରେ ଲଢେ଼ଇ କରି ବିଜୟ ହାସଲ କରିଥିଲେ। ସମୁଦାୟ ୬୯ ଜୋନ୍‌ରୁ କ˚ଗ୍ରେସକୁ ୩୨ଟି ଆସନ ମିଳିଥିବା ବେଳେ ଅଣକ˚ଗ୍ରେସ ଦଳଗୁଡ଼ିକ ୩୭ଟି ଆସନରେ ଜିତିଥିଲେ। କମ୍ୟୁନିଷ୍ଟ ଗଡ଼ର ତୁଙ୍ଗନେତା ନିତ୍ୟାନନ୍ଦ ପ୍ରଧାନଙ୍କ ସ˚ପର୍କୀୟ ରେଣୁବାଳା ପ୍ରଧାନ ପ୍ରଥମ ଜିଲ୍ଲା ପରିଷଦର ସଭାପତି ହୋଇଥିଲେ। ଏକଦା କ˚ଗ୍ରେସର ଗଡ଼ ଭାବେ ପରିଚିତ ଗଞ୍ଜାମ ଜିଲ୍ଲା ୧୯୯୭ ମସିହା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଅଣକ˚ଗ୍ରେସ ହାତକୁ ଚାଲି ଯାଇଥିଲା। ଏହାପରଠାରୁ ଜିଲ୍ଲାରେ କ˚ଗ୍ରେସର ଅବସ୍ଥା ଦିନକୁ ଦିନ ଦୟନୀୟ ଅବସ୍ଥାକୁ ଚାଲିଆସିଛି।

୨୦୦୨ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ବେଳକୁ ରାଜ୍ୟ ଶାସନ କ୍ଷମତାକୁ ଆସି ସାରିଥିବା ବିଜେଡି ତାର ପ୍ରଥମ ପଞ୍ଚାୟତ ନିର୍ବାଚନରେ ଆଶାତୀତ ସଫଳତା ହାସଲ କରି ଗଞ୍ଜାମ ଜିଲ୍ଲା ପରିଷଦ କ୍ଷମତା ହାସଲ କରିଥିଲା। ଏହାପରଠୁ ବିଜେଡି ନିଜର ପ୍ରଭାବ ବଳବତ୍ତର ରଖିଆସୁଛି। ୧୯୯୭ରୁ ୨୦୧୭ ପର୍ଯ୍ୟନ୍ତ ୫ଟି ଯାକ ନିର୍ବାଚନରେ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ବିଜେଡି ତାର ଦବ୍‌ଦବା ଜାହିର କରି ଆସୁଥିବା ବେଳେ ଆଗାମୀ ନିର୍ବାଚନରେ ମଧୢ ପୂର୍ବାପେକ୍ଷା ଆହୁରି ଅଧିକ ଆସନ ଅକ୍ତିଆର କରିବାକୁ ରଣନୀତି ଆରମ୍ଭ କରିଛି।

ଏଠାରେ ଅନ୍ୟ ଦୁଇ ପ୍ରମୁଖ ବିରୋଧୀ ବିଜେପି ଓ କ˚ଗ୍ରେସ ସେଭଳି ଆଖିଦୃଶିଆ କାର୍ଯ୍ୟକ୍ରମ ହାତକୁ ନେଇ ନଥିବା ଭଳି ମନେ ହେଉଛି। ତେବେ, ନିର୍ବାଚନ ସମୟ ପାଖେଇ ଆସୁଥିବାରୁ ଦୁଇଦଳ କିଭଳି ନିଜନିଜର ରଣନୀତି ନିର୍ଦ୍ଧାରଣ କରିବ, ତାହା କେବଳ ଦେଖିବାକୁ ବାକି ରହିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe