ଗଞ୍ଜାମ ପୁଲିସ ଜିଲ୍ଲାର କରୋନା ସ˚କ୍ରମିତ ହେଲେଣି ୨୬୫ ପୁଲିସ କର୍ମଚାରୀ,୪ଜଣଙ୍କ ପ୍ରାଣହାନି

Advertisment

ଅପରାଧରେ ଜଡ଼ିତ ପ୍ରବାସୀଙ୍କ ତାଲିକା ପ୍ରସ୍ତୁତ କରୁଛି ପୁଲିସ

ଅପରାଧରେ ଜଡ଼ିତ ପ୍ରବାସୀଙ୍କ ତାଲିକା ପ୍ରସ୍ତୁତ କରୁଛି ପୁଲିସ

ଗଞ୍ଜାମ ପୁଲିସ ଜିଲ୍ଲାର କରୋନା ସ˚କ୍ରମିତ ହେଲେଣି ୨୬୫ ପୁଲିସ କର୍ମଚାରୀ,୪ଜଣଙ୍କ ପ୍ରାଣହାନି

ଛତ୍ରପୁର: ପ୍ରବାସୀ ଫେରିଥିବା ଗାଁ ଉପରେ ପୁଲିସ ପକ୍ଷରୁ ଅଧିକ ନଜର ରଖାଯାଇଛି। ସେମାନଙ୍କ ଗିତବଧି ଉପରେ ମଧ୍ୟରେ ନଜର ରଖାଯାଇଛି। ଫେରିଥିବା ପ୍ରବାସୀଙ୍କ ମଧ୍ୟରୁ ଅପରାଧ ମାମଲା ରହିଥିବା ପ୍ରବାସୀ ତାଲିକା ପ୍ରସ୍ତୁତ କରିବାକୁ ଥାନାମାନଙ୍କୁ କୁହାଯାଉଛି। ପ୍ରତି ଗ୍ରାମର ବିବାଦୀୟ ଲୋକଙ୍କ ଉପରେ ନଜର ରଖାଯାଉଛି। ଜିଲ୍ଲାର ଅପରାଧ ନିୟନ୍ତ୍ରଣ ଓ ଶାନ୍ତିଶୃଙ୍ଖଳା ରକ୍ଷା ଉପରେ ପୁଲିସ ସତର୍କ ନଜର ରଖିଛି ବୋଲି ଗତକାଲି ଗଞ୍ଜାମ ଏସ୍‌ପି ବ୍ରିଜେଶ କୁମାର ରାୟ କହିଛନ୍ତି।

ଏସ୍‌ପି ଶ୍ରୀ ରାୟ କହିଛନ୍ତି ଯେ, ଗତ ୩ବର୍ଷର ଜିଲ୍ଲାର ଟ୍ରେଣ୍ତକୁ ଦେଖିଲେ ଏହି ଲକ୍‌ଡାଉନ୍‌ ଓ ସଟ୍‌ଡାଉନ୍‌ ସମୟରେ ଅପରାଧ ବେଶୀ ବଢିନାହିଁ। ବର୍ତ୍ତମାନର ଏହି ଘଡ଼ିସନ୍ଧି ସମୟରେ ସମାଜର ସ୍ଥିତି, ଅପରାଧ ବଢୁଛି ନା କମୁଛି ଏହି ସବୁ ଉପରେ ସମୀକ୍ଷା କରାଯାଉଛି। ଜିଲ୍ଲାରେ ଶାନ୍ତିଶୃଙ୍ଖଳା ବଜାୟ ରଖୃବା ପୁଲିସର କର୍ତ୍ତବ୍ୟ। ଯିଏ ଆଇନକୁ ହାତକୁ ନେବ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହି ଭଳି ସମୟରେ ପୁଲିସ କର୍ମଚାରୀମାନେ ଦକ୍ଷତାର ସହ ସେମାନଙ୍କ କାର୍ଯ୍ୟ ସମ୍ପାଦନ କରିଛନ୍ତି। ଗଞ୍ଜାମ ପୁଲିସ ଜିଲ୍ଲାର ୪ଜଣ ପୁଲିସ କର୍ମଚାରୀ ତଥା କୋଭିଡ଼୍ ଯୋଦ୍ଧା କରୋନାରେ ମୃତ୍ୟୁ ବରଣ କରିଛି।
ସମୁଦାୟ ୨୬୫ଜଣ ସ˚କ୍ରମିତ ହୋଇଥିବା ବେଳେ ୨୪୦ଜଣ ସୁସ୍ଥ ହୋଇଛନ୍ତି। ଏଥି ମଧ୍ୟରୁ ୧୯୦ ଜଣ କାର୍ଯ୍ୟରେ ଯୋଗ ଦେଇ ସାରିଥିବା ଗଞ୍ଜାମ ଏସ୍‌ପି ଶ୍ରୀ ରାୟ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe