ପ୍ରଚାର ବେଳେ ଆସିକା ବିଧାୟିକାଙ୍କୁ ଗ୍ରାମବାସୀଙ୍କ ଘେରାଉ

Advertisment
ପ୍ରଚାର ବେଳେ ଆସିକା ବିଧାୟିକାଙ୍କୁ ଗ୍ରାମବାସୀଙ୍କ ଘେରାଉ

ଆସିକା: ଗଞ୍ଜାମ ଜିଲ୍ଲାରେ ବିଭିନ୍ନ ସ୍ଥାନରେ ଶାସକ ଦଳର ବିଧାୟକମାନଙ୍କୁ ଲୋକେ ପ୍ରଶ୍ନ ପଚାରି ନାକେଦମ କରୁଥିବା ଦେଖିବାକୁ ମିଳୁଛି। ଆସିକା ବିଧାୟିକା ସୋମବାର ଦିନ ସିଦ୍ଧନଇ ପଞ୍ଚାୟତରେ ନିର୍ବାଚନ ପ୍ରଚାରକୁ ଯାଇଥିବା ବେଳେ ବାଦଗଡ଼ ଗ୍ରାମବାସୀ ପାନୀୟ ଜଳ ସମସ୍ୟା ନେଇ ବିଧାୟିକାଙ୍କ ଗାଡ଼ି ସମ୍ମୁଖରେ ରହି ପ୍ରତିବାଦ କରିଥିଲେ। ଆସିକା ଅଞ୍ଚଳରେ ଥିବା ବହୁ ଗ୍ରାମରେ ପାନୀୟ ଜଳ ସମସ୍ୟା ଲାଗିରହିଛି। ଏନେଇ ଲୋକେ ପ୍ରଶାସନ ଓ ନେତାଙ୍କୁ ଜଣାଇ ଥକିଗଲା ପରେ ଏବେ ସୁଯୋଗ ଦେଖି ନେତାଙ୍କୁ ପ୍ରଶ୍ନବାଣ ପଚାରି ନାକେଦାମ କରିଥିବା ଜଣାପଡ଼ିଛି।

ସେହିପରି ଆଲିପୁର ପଞ୍ଚାୟତରେ ବି ଗତକାଲି ଗ୍ରାମବାସୀ ବିଜେଡି ବିଧାୟକ ମଞ୍ଜୁଳା ସ୍ୱାଇଁଙ୍କୁ ଗ୍ରାମର ବିଭିନ୍ନ ସମସ୍ୟାକୁ ନେଇ ପ୍ରଶ୍ନ କରିବା ସହ ଭୋଟ ବର୍ଜନ କରିବାକୁ ଚେତାବନୀ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe