ସଫାକରିବା ବାହାନାରେ ସୁନା ଅଳଙ୍କାର ଲୁଟ

Advertisment
ସଫାକରିବା ବାହାନାରେ ସୁନା ଅଳଙ୍କାର ଲୁଟ

www.muscatgrandmall.com

ଜଗନ୍ନାଥପ୍ରସାଦ : ସ୍ଥାନୀୟ ଜିରାବାଡ଼ି ଗ୍ରାମରେ ସୁନାଗହଣା ସଫା କରିବା ଆଳରେ ଦୁଇ ମହିଳାଙ୍କ ଠାରୁ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟ ହୋଇଥିବା ଜଣାପଡିଛି ।

ଘଟଣା ପ୍ରକାରେ ଆଜି ଅପରାହ୍ଣ ୨ଟା ବେଳେ ଦୁଇ ଜଣ ଅଚିହ୍ନା ବ୍ୟକ୍ତି ଜିରାବାଡ଼ି ଗ୍ରାମର ଛାମୁଣ୍ଡା ଛକରେ ରହୁଥିବା ପୁଷ୍ପାଞ୍ଜଳି ଦାଶ ଓ ବିଷ୍ଣୁପ୍ରିୟା ଦାଶଙ୍କ ଘରେ ପହଂଚି ସେମାନେ ନିଜକୁ ସୁନାରୁପା କାରିଗର ବୋଲି ପରିଚୟ ଦେଇ ବିଶ୍ବାସ ଜନ୍ମାଇଥିଲେ  ଏବଂ ନିଜକୁ ସୁନାରୁପା ଅଳଙ୍କାରକୁ ମାଜି ସଫା କରୁଥିବା କଥା କହିଥିଲେ। ତାଙ୍କ କଥାକୁ ବିଶ୍ୱାସକୁ ନେଇ ପୁଷ୍ପାଞ୍ଜଳି ପ୍ରଥମେ ନିଜର ରୁପା ପାଉଁଜିକୁ ସଫା କରାଇଥିଲେ। ପରେ ଏହାକୁ ଦେଖି ପୁଣି ପୁଷ୍ପାଞ୍ଜଳି ଓ ତାଙ୍କ ପଡୋଶୀ ଵିଷ୍ଣୁପ୍ରିୟା ଦୁଇଟି ସୁନାର ମଙ୍ଗଳସୂତ୍ର ସଫା କରିବା ପାଇଁ ଦେଇଥିଲେ। ଏହାକୁ ସଫା କରିବା ପରେ ଦୁର୍ବୃତ୍ତ ଦ୍ବୟ ଚଞ୍ଚକତା କରି ସାଙ୍ଗ‌ରେ ଆଣିଥିବା ଦୁଇଟି ଜରି ପ୍ୟାକେଟ ଉଭୟଙ୍କୁ ଧରାଇ ଦେଇଥିଲେ। ଏବଂ ଏହାକୁ ଅଧ ଘଣ୍ଟା ପରେ ଖୋଲିବା ପାଇଁ କହିଦେଇ ସଫା କରିବା ମଜୁରି ଧରି ସେମାନେ ଆସିଥିବା କଳାରଙ୍ଗର ମୋଟର ସାଇକେଲରେ ତରବରରେ ଚାଲି ଯାଇଥିଲେ। ସେମାନେ ଚାଲିଯିବାର ପ୍ରାୟ ଅଧ ଘଣ୍ଟାଏ ପରେ ପ୍ରଥମେ ବିଷ୍ଣୁପ୍ରିୟା, ପରେ ପୁଷ୍ପାଞ୍ଜଳି ଜରି ପ୍ୟାକେଟ ଦେଖିବାରେ ସେଥିରେ ସୁନା ନଥିବା ଜାଣିବାକୁ ପାଇଥିଲେ। ସେମାନେ କାନ୍ଦ ବୋବାଳି କରି ସୁନା ଗହଣା ଲୁଟ ହୋଇଥିବା ବିଷୟରେ କହିବାରୁ ଲୋକେ ସ୍ଥାନୀୟ ଥାନାକୁ ଜଣାଇଥିଲେ। ତେବେ ଘଟଣା ଘଟିବାର ପ୍ରାୟ ଦୁଇଘଣ୍ଟା ଅତିବାହିତ ହୋଇସାରିଥିବାରୁ ପୁଲିସ ମଧ୍ୟ ଲୁଟେରାଙ୍କ ଟେର ପାଇ ନାହିଁ । ତେବେ ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଚନାର ବିଷୟ ପାଲଟିଛି। ଲୁଟ ହୋଇଥିବା ଦୁଇ ମଙ୍ଗଳସୂତ୍ରର ଓଜନ ପ୍ରାୟ ୩୦ ଗ୍ରାମ ହେବ ବୋଲି ମହିଳା ଦ୍ଵୟ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe