ପାତ୍ରପୁର: ଗଂଜାମ ଜିଲ୍ଲା ପାତ୍ରପୁର ବ୍ଳକ୍ ନୂଆପେଣ୍ଠ ଗ୍ରାମର ଦୁଷ୍କର୍ମର ଶିକାର ହୋଇଥିବା ମାନସିକ ବିକୃତ ମହିଳା ଆଜି ପାତ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି। ମା’ ଓ ପୁଅଙ୍କ ସ୍ୱାସ୍ଥ୍ୟାବସ୍ଥା ସଂପର୍କରେ ଡାକ୍ତରଙ୍କ ପକ୍ଷରୁ ସଠିକ୍ ସୂଚନା ମିଳି ନଥିଲେ ହେଁ ଉଭୟ ସୁସ୍ଥ ଅଛନ୍ତି। ତେବେ ଜନ୍ମିତ ନବଜାତର ଯତ୍ନ କିଏ ନେବ, ନବଜାତ କେଉଁଠି ବଢିବ, ମା କୋଳରେ ରହିବ ନା ପ୍ରଶାସନ ଦାୟିତ୍ୱ ବୁଝିବ ସେ ନେଇ ତନାଘନା ଆରମ୍ଭ ହୋଇଛି। ମା’ ର ମାନସିକ ବିକୃତ ଘଟିଥବା କାରଣରୁ ତାଙ୍କ କୋଳରେ ଶିଶୁଟି ସୁରକ୍ଷାକୁ ନେଇ ଏବେ ଆଶଙ୍କା ଉପୁଜିଛି।
ପ୍ରକାଶ ଯେ, ମାନସିକ ବିକୃତ ମହିଳାଙ୍କ ସହିତ କେହି ଦୁର୍ବୃତ୍ତ ଦୁଷ୍କର୍ମ କରିବା ପରେ ମହିଳା ଜଣକ ଗର୍ଭବତୀ ହୋଇଥିଲେ। ତେବେ ଏ ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। ପ୍ରସୂତିଙ୍କୁ ଉତ୍ତମ ଚିକିତ୍ସା ଓ ଖାଦ୍ୟ ଯୋଗାଇ ଦେବାକୁ ଦାବି ହୋଇଥିଲା। ଅନ୍ୟପକ୍ଷରେ ଏଭଳି ଅମାନବୀୟ ଘଟଣା ଘଟାଇଥିବା ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଥିଲା। ମାତ୍ର ଏହାର କିଛି ଫରକ ପଡିନଥିଲା। ପ୍ରଶାସନ ମାନସିକ ବିକୃତ ପ୍ରସୂତିଙ୍କୁ ଉଭୟ ନ୍ୟାୟ ଓ ଚିକିତ୍ସା ସୁବିଧା ଯୋଗାଇ ଦେବାରେ ବିଫଳ ହୋଇଥିଲା। ଗତକାଲି ମହିଳା ଜଣକ ଏକ ପରିତ୍ୟକ୍ତ ସ୍ଥାନରେ ଗର୍ଭ ଯନ୍ତ୍ରଣା ଭୋଗୁଥିବା ବେଳେ ସ୍ଥାନୀୟ ଲୋକେ ତାଙ୍କୁ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ଆଜି ମହିଳା ଜଣକ ଶିଶୁ ପୁତ୍ର ଜନ୍ମ ଦେଇଛନ୍ତି। ଉଭୟ ନବଜାତ ଓ ପ୍ରସୂତି ସେବା ଯତ୍ନ ନେବାକୁ ସ୍ଥାନୀୟ ଲୋକ ପ୍ରଶାସନ ନିକଟରେ ଦାବି ଜଣାଇଛନ୍ତି।
ପୁତ୍ର ସନ୍ତାନ ଜନ୍ମ ଦେଲେ ଭିନ୍ନକ୍ଷମ ଦୁଷ୍କର୍ମ ପୀଡ଼ିତା
Advertisment
Follow Us