ଧରାକୋଟରେ ୧୨ଟିକିଆ ହାତୀପଲର ଆତଙ୍କ

Advertisment
ଧରାକୋଟରେ ୧୨ଟିକିଆ ହାତୀପଲର ଆତଙ୍କ

ବ୍ରହ୍ମପୁର: ଆସ୍କା ଧରାକୋଟରେ ୧୨ଟିକିଆ ହାତୀପଲର ଆତଙ୍କ। ଘଉଡ଼ାଇବା ପାଇଁ ସାରା ରାତି ନାକେଦମ ବନ ବିଭାଗ ଓ ଗାଁଲୋକ। ବିଦ୍ୟୁତ କାଟ କରି ହାତୀପଲକୁ ଘଉଡ଼ାଇବାକୁ ଚାଲିଛି ଉଦ୍ୟମ। ୧୨ଟିକିଆ ହାତୀପଲ ଏକର ଏକର ଜମିର ଫସଲ ନଷ୍ଟ କରୁଛନ୍ତି। ପୁଣି ଗାଁ ରେ ପଶି ଲୋକଙ୍କ ଘର ଦ୍ୱାରା ଭାଙ୍ଗୁଛନ୍ତି। ଫଳରେ ସ୍ଥାନୀୟ ଅଞ୍ଚଳର ଲୋକଙ୍କ ଭିତରେ ଆତଙ୍କ ଖେଳିଯାଇଛି।

ବନ ବିଭାଗ ଭିନ୍ନ ଭିନ୍ନ ଟିମ୍ ଗଠନ କରି ସାରା ରାତି ଉଜାଗର ରହି ଗାଁ ଲୋକଙ୍କ ସହ ମିଶି ହାତିି ପଲକୁ ସୁରକ୍ଷିତ ଘଉଡାଇବା ପାଇ ଉଦ୍ୟମ କରୁଛନ୍ତି। ଗତ ଏକମାସରୁ ଅଧିକ ଦିନ ହେଲଣି ଆସିକା ରେଞ୍ଜ’ର ଶେରଗଡ଼ ପରେ ଏବେ ଧରାକୋଟ ବ୍ଲକରେ ଆତଙ୍କ ଖେଳାଇଛନ୍ତି ହାତୀପଲ। ଧରାକୋଟ ବ୍ଲକର ସୁନାମୋହି ପରେ ଏବେ ଗତ ୩ ଦିନ ହେଲାଣି ଶରଧାପୁର ଓ ହିରାଖଣ୍ଡି ଗାଁରେ ପଶି ଲୋକଙ୍କ ଫସଲ ନଷ୍ଟ କରୁଛନ୍ତି। ହୀରାଖଣ୍ଡି ଗାଁର ଅଧିକାଂଶ ଲୋକ ପନିପରିବା ଚାଷ କରୁଥିବା ଫଳରେ ହାତୀପଲକୁ ଖାଇବାକୁ ପନିପରିବା ମିଳୁଥିବାରୁ ସେମାନେ ଗାଁ ଛାଡ଼ି ଯାଉନାହାନ୍ତି। ବନ ବିଭାଗ ପକ୍ଷରୁ ଲୋକଙ୍କ ମୋବାଇଲକୁ ମେସେଜ ପଠାଇ ହାତୀର ଗତିବିଧି ଉପରେ ଖବର ଦିଆ ଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe