ଲକ୍‌ଡାଉନ୍‌ରେ ପାରିବାରିକ ହିଂସା: ପତ୍ନୀକୁ ମାଡ଼ ମାରି ପତି ଗିରଫ

Advertisment
ହ୍ୱାଟ୍‌ସଆପ୍ ଗ୍ରୁପ୍‌ରେ ଅଶ୍ଳୀଳ ଭିଡିଓ, ବିଧାୟକଙ୍କ ଅଭିଯୋଗ ପରେ ୪ ଅଟକ

pakistantoday.com.pk

ଆସିକା : ଗଞ୍ଜାମ ଜିଲ୍ଲାରେ ପାରିବାରିକ ହିଂସା ସଂପର୍କିତ ଏକ ଅଭିଯୋଗ ଉପରେ ପୁଲିସ ତ୍ବରିତ କାର୍ଯ୍ୟାନୁଷ୍ଠାନ ନେଇଛି। ଆସିକା ଥାନା ଅଧୀନ ଖଣ୍ଡବନ୍ଧ ଗ୍ରାମରେ ବିଷ୍ଣୁପ୍ରିୟା ନାୟକଙ୍କୁ ମଦ ପିଇ ଗାଳିଗୁଲଜ କରିବା ଓ ମାଡ଼ ମାରିବା ଅଭିଯୋଗରେ ପୁଲିସ ଅଭିଯୁକ୍ତ ସ୍ବାମୀ ପ୍ରଦୀପ ନାୟକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ପ୍ରଦୀପ ପ୍ରତିଦିନ ବିଷ୍ଣୁପ୍ରିୟାଙ୍କୁ ନିର୍ଯାତନା ଦେଉଥିଲେ। ଗତକାଲି ମଧ୍ୟ ପ୍ରଚୁର ମଦ ପିଇ ସେ ପତ୍ନୀଙ୍କୁ ମାଡ଼ ମାରିବା ସହ ଜୀବନରେ ମାରିଦେବାକୁ ଉଦ୍ୟମ କରିଥିଲେ। ବିଷ୍ଣୁପ୍ରିୟା ସଂଗେ ସଂଗେ ଫୋନ୍ ନମ୍ବର ୧୦୦କୁ କଲ୍ କରି ପୁଲିସର ସହାୟତା ଲୋଡ଼ିଥିଲେ। ପୁଲିସ ପହଞ୍ଚି ପ୍ରଦୀପଙ୍କୁ ଗିରଫ କରିଥିଲା। ଏନେଇ କେସ୍ ନମ୍ବର ୨୧୫ ଅନୁସାରେ ଏକ ମାମଲା ରୁଜୁ ହୋଇଥିବା ଥାନାଧିକାରୀ ପ୍ରଶାନ୍ତ କୁମାର ସାହୁ ସୂଚନା ଦେଇଛନ୍ତି। ମହିଳାମାନେ ଘରୋଇ ହିଂସା ବିରୋଧରେ ଥାନାକୁ ଆସି ଅଭିଯୋଗ କରିବା ବଦଳରେ ୧୦୦ ନମ୍ବରକୁ ଫୋନ୍ କଲେ ସଂଗେ ସଂଗେ ସହାୟତା ମିଳିବ ବୋଲି ଥାନାଧିକାରୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe