ପାରିବାରିକ କଳହର କରୁଣ ପରିଣତି : ଛୁରାମାଡ଼ କରି ପତ୍ନୀକୁ ହତ୍ୟା

Advertisment
ସାବଧାନ୍! ରାଜଧାନୀରେ ଅପରାଧୀ ମାତିଲେଣି

aajtak.intoday.in

ଖଲ୍ଲିକୋଟ : ସାମାନ୍ୟ କଳହରୁ ବୃଦ୍ଧ ସ୍ବାମୀ ଅତର୍କିତ ଭାବେ ନିଜ ପତ୍ନୀକୁ ଛୁରାମାଡ଼ କରି ହତ୍ୟା କରିଛି। ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅଧୀନ ପଥରା ଗ୍ରାମ କଣ୍ଡରାପଡ଼ା ସାହିରେ ଏଭଳି ଏକ ଅଭାବନୀୟ ଘଟଣା ଆଜି ଆଲୋଡ଼ନ ସୃଷ୍ଟି କରିଛି। ଆଜି ମଧ୍ୟାହ୍ନରେ ସେରେନ୍ତୀ ବେହେରା (୫୦) ଓ ସ୍ବାମୀ ଭିକାରି ବେହେରାଙ୍କ (୬୦) ମଧ୍ୟରେ କୌଣସି କାରଣକୁ ନେଇ ପ୍ରବଳ ଯୁକ୍ତିତର୍କ ହୋଇଥିଲା। ଉତକ୍ଷିପ୍ତ ହୋଇ ଭିକାରି ଏକ ଛୁରିରେ ସେରେନ୍ତୀଙ୍କୁ ଆକ୍ରମଣ କରି ଫେରାର୍ ହୋଇଯାଇଥିଲା। ସେରେନ୍ତୀଙ୍କ ଚିତ୍କାର ଶୁଣି ପଡ଼ୋଶୀ ତାଙ୍କୁ ଉଦ୍ଧାର କରି ଖଲ୍ଲିକୋଟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଭିକାରି ବାର୍ଦ୍ଧକ୍ୟ ଭତ୍ତା ପାଉଥିବା ବେଳେ ତାଙ୍କର ୪ ପୁଅ ଓ ୨ ଝିଅ ଅଛନ୍ତି। ଭେଜିପୁଟ ଫାଣ୍ଡି ଅଧିକାରୀ ସୁଶାନ୍ତ କୁମାର ପ୍ରଧାନ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe