ବ୍ରହ୍ମପୁର: ବହୁ ଚର୍ଚ୍ଚିତ ସୂଚନା ଅଧିକାର କର୍ମୀ ଗଣେଶ ପଣ୍ଡା ଓରଫ୍ ବୁବୁ ହତ୍ୟା ମାମଲାରେ ତତ୍କାଳୀନ ତଦନ୍ତ ଅଧିକାରୀ ଇନ୍ସ୍ପେକ୍ଟର୍ ଆଲୋକ ଜେନା ସାକ୍ଷ୍ୟ ପ୍ରଦାନ କରିଛନ୍ତି। ୩୫ତମ ସାକ୍ଷୀ ଭାବେ ଇନ୍ସ୍ପେକ୍ଟର୍ ଆଲୋକ ଏଡିଜେ-୧ ସଂଜୟ ସାହୁଙ୍କ କୋର୍ଟରେ ହାଜର ହୋଇ ଘଟଣା ଦିନ ଯାହା କିଛି ଜବତ ହୋଇଥିଲା ଏବଂ ଚାର୍ଜସିଟ୍ରେ ଉଲ୍ଲେଖ କରିଥିବା ତଥ୍ୟ ସମ୍ପର୍କରେ କୋର୍ଟରେ କହିଥିଲେ। ଏହି ମାମଲାରେ ଜାମିନ୍ ଥିବା ଅଭିଯୁକ୍ତ ଅଜିତ ରାଉଳ ଓ ପ୍ରକାଶ ରାଉଳଙ୍କ ସମେତ ସମସ୍ତ ଅଭିଯୁକ୍ତ କୋର୍ଟରେ ହାଜର ହୋଇଥିଲେ। ଆସନ୍ତା ୧୭ତାରିଖରେ ପୁଣିଥରେ ଇନ୍ସ୍ପେକ୍ଟର୍ ଆଲୋକଙ୍କୁ ପ୍ରତିପକ୍ଷଙ୍କ ଓକିଲ ଶିଶିର ପାଢ଼ୀ ଓ ଅନୁପ ପଣ୍ଡା ବିଭିନ୍ନ ଦିଗ ଉପରେ ପ୍ରଶ୍ନ ପଚାରିବେ ବୋଲି ଦିନ ଧାର୍ଯ୍ୟ କରାଯାଇଛି। ଗତ ୨୦୧୪ ଡିସେମ୍ବର ୨୯ତାରିଖରେ ଗୋଳନ୍ଥରା ଥାନା ଅନ୍ତର୍ଗତ ରଣ୍ଢା ନିବାସୀ ଗଣେଶଙ୍କୁ ଜାତୀୟ ରାଜପଥରେ ସଂଘବଦ୍ଧ ଆକ୍ରମଣ କରି ନିର୍ମମ ଭାବେ ହତ୍ୟା କରାଯାଇଥିଲା। ତତ୍କାଳୀନ ଗୋଳନ୍ଥରା ଥାନା ଅଧିକାରୀ ଆଲୋକ ଏହି ମାମଲାର ତଦନ୍ତ କରି ପର୍ଯ୍ୟାୟ କ୍ରମେ ୧୦ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ।
ସୂଚନା ଅଧିକାର କର୍ମୀ ହତ୍ୟା ମାମଲା:ସାକ୍ଷ୍ୟ ଦେଲେ ତତ୍କାଳୀନ ତଦନ୍ତ ଅଧିକାରୀ
Advertisment
Follow Us