ଆସିକା : ଗତ ୬ ତାରିଖରେ ଆସିକା ଥାନା ଅଧୀନ ନଳବଣ୍ଟା-ମହୁପଦର ରାସ୍ତା କର୍ଣ୍ଣୋଳି ପାହାଡ଼ରେ ପୁଲିସ ଏନ୍କାଉଣ୍ଟରରେ ଆହତ ଉତ୍ତରପ୍ରଦେଶର ଲକ୍ଷ୍ମଣ ରାଜପୁତ ଓ ତା’ର ସହଯୋଗୀ କୋଦଳା ଥାନା ଇଲାକାର ଟୁନା ଗୌଡ଼କୁ ପୁଲିସ କୋର୍ଟ ଚାଲାଣ କରିଛି। ଉଭୟ ପୁଲିସ ଉପରକୁ ଗୁଳି କରି ଫେରାର୍ ହେବାକୁ ଉଦ୍ୟମ କରୁଥିବା ବେଳେ ସେମାନେ ପାଲଟା ଗୁଳି ଚାଳନାରେ ଆହତ ହୋଇଥିଲେ। ଉଭୟ ବ୍ରହ୍ମପୁର ବଡ଼ମେଡିକାଲରେ ଚିକିତ୍ସିତ ହୋଇଥିଲେ। ଆଜି ସୁସ୍ଥ ହେବା ପରେ ସେମାନଙ୍କୁ ଜେଏମଏଫସିଙ୍କ କୋର୍ଟରେ ହାଜର କରାଯାଇଥିଲା। ପୂର୍ବରୁ ଏହି ମାମଲାରେ ଲକ୍ଷ୍ମଣ ଓ ଟୁନାକୁ ସୁପାରି ଦେଇଥିବା ଜିତୁ ବିଷୋୟୀ ଏବଂ ଅଶ୍ୱିନୀ ବିଷୋୟୀ ଗିରଫ ହୋଇ ସାରିଛନ୍ତି।
କର୍ଣ୍ଣୋଳି ପାହାଡ଼ ଏନ୍କାଉଣ୍ଟର୍ : ସୁପାରିକିଲର୍ ସମେତ ଦୁଇ କୋର୍ଟ ଚାଲାଣ
Advertisment
Follow Us