ଛତ୍ରପୁର : ଛତ୍ରପୁର ଏନ୍ଏସି ବିଜେଡି କାଉନସିଲର୍ ଲକ୍ଷ୍ମୀଦତ୍ତ ପ୍ରଧାନ(ବଚନ) ହତ୍ୟା ମାମଲାର ତଦନ୍ତ ପ୍ରକ୍ରିୟାକୁ ପୁଲିସ ତ୍ୱରାନିତ୍ୱ କରିଛି। ମାମଲାର ମୁଖ୍ୟ ଷଡ଼ଯନ୍ତ୍ରକାରୀ ବିଜେପି ନେତା କୃଷ୍ଣଚନ୍ଦ୍ର ନାୟକ ଓ ସମିତି ସଭ୍ୟ ପିତୁ ଓରଫ ଦୁର୍ଯ୍ୟୋଧନ ରେଡ୍ଡିଙ୍କ ରିମାଣ୍ଡର ଚତୁର୍ଥ ଦିନରେ ପୁଲିସ ସ୍ୱତନ୍ତ୍ର ଟିମ୍ ଉଭୟଙ୍କୁ ଧରି ରାଜ୍ୟ ବାହାରକୁ ତଦନ୍ତ ପାଇଁ ଯାଇଛି। କୋଲକାତା ଓ ଡେରାଡୁନ୍ ନେଇ ସେମାନେ କେଉଁଠି ରହୁଥିଲେ, ତାଙ୍କୁ କିଏ ସହଯୋଗ କରୁଥିଲା, ସବୁ ଟିକିନିଖି ଅନୁଧ୍ୟାନ କରିବ। ସେଠାରୁ ଫେରିବା ପରେ ଅଭିଯୁକ୍ତଙ୍କ ସହିତ ବିଜେପି ମୁଖପାତ୍ର ଗୋଲକଙ୍କ ମୁହାଁମୁହିଁ ଜେରା କରାଯିବ ବୋଲି ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି। କୃଷ୍ଣ ଓ ଦୁର୍ଯ୍ୟୋଧନଙ୍କୁ ପୁଲିସ ଡେରାଡୁନ୍ର ଏକ ଗେଷ୍ଟ ହାଉସ୍ରୁ ଗତ ୨୮ ତାରିଖରେ ଗିରଫ କରିଥିଲା। ସେମାନଙ୍କ ଠାରୁ ଅଧିକ ତଥ୍ୟ ହାସଲ ପାଇଁ ଗତ ୩୧ରୁ ଚଳିତ ମାସ ୬ ତାରିଖ ପର୍ଯ୍ୟନ୍ତ ୭ ଦିନିଆ ରିମାଣ୍ଡରେ ଅଣାଯାଇଛି। ସ୍ୱତନ୍ତ୍ର ତଦନ୍ତ ଟିମ୍ ଅଭିଯୁକ୍ତମାନଙ୍କୁ ଧରି ଭୁବନେଶ୍ୱର ଏବଂ କଟକ ଅଞ୍ଚଳରେ ତଦନ୍ତ କରି ସାରିଥିବା ଜଣାପଡିଛି । ଆଜି ଅପରାହ୍ନରେ କଲିକତା ଅଭିମୁଖେ ଯାଇଛନ୍ତି ବୋଲି ଗଞ୍ଜାମ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଅଜେୟ ପ୍ରତାପ ସ୍ୱାଇଁ କହିଛନ୍ତି। ଦୁଇ ଅଭିଯୁକ୍ତଙ୍କ ସହିତ ଜଣେ ଡ଼ାକ୍ତର ଓ ପୁଲିସ ଟିମ୍ ଯାଇଛନ୍ତି। ଆସନ୍ତା ୬ ତାରିଖ ଅପରାହ୍ନରେ ରିମାଣ୍ଡ ଅବଧି ଶେଷ ହେବ। ଆବଶ୍ୟକ ପଡିଲେ ଅଧିକ ଦିନ ରିମାଣ୍ଡ ପାଇଁ କୋର୍ଟଙ୍କୁ ଆବେଦନ କରିବେ ବୋଲି ଏଏସ୍ପି କହିଛନ୍ତି ।
ଲକ୍ଷ୍ମୀଦତ୍ତ ପ୍ରଧାନ ହତ୍ୟା ମାମଲା : କୃଷ୍ଣ, ଦୁର୍ଯ୍ୟୋଧନଙ୍କୁ ନେଇ ରାଜ୍ୟ ବାହାରେ ପୁଲିସ
Advertisment
Follow Us