ପ୍ରଚାର ବେଳେ ସାମ୍ନାସାମ୍ନି ହେଲେ ଦୁଇ ଦଳର ପ୍ରତିଦ୍ୱନ୍ଦ୍ୱୀ

Advertisment
ପ୍ରଚାର ବେଳେ ସାମ୍ନାସାମ୍ନି ହେଲେ ଦୁଇ ଦଳର ପ୍ରତିଦ୍ୱନ୍ଦ୍ୱୀ

ବ୍ରହ୍ମପୁର: ପ୍ରଚାର ମୈଦାନରେ ସାମ୍ନାସାମ୍ନି ଦୁଇ ଦଳର ପ୍ରତିଦ୍ୱନ୍ଦ୍ୱୀ। ଗୋଟିଏ ଜାଗାରେ ଏକାଠି ନଜର ଆସିଲେ ଦୁଇ ବିରୋଧୀ ଦଳର ନେତା। ଆଉ ମୁହାଁମୁହିଁ ହେବା ପରେ ପରସ୍ପର ସହ ହାତ ମିଳାଇ ଆଲିଙ୍ଗନ କରି ଶୁଭେଚ୍ଛା ଜଣାଇଛନ୍ତି। ଏଭଳି ରୋଚକ ଦୃଶ୍ୟ ଦେଖିବାକୁ ମିଳିଛି ବ୍ରହ୍ମପୁରରେ।

ପ୍ରଚାର ବେଳେ ବିଜେପି ସାଂସଦ ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ ଓ ବିଜେଡି ବିଧାୟକ ପ୍ରାର୍ଥୀ ରମେଶ ଚ୍ୟାଉପଟ୍ଟନାୟକଙ୍କର ଭେଟ ହୋଇଛି। ପ୍ରଚାର ବେଳେ ଗୋଟିଏ ସ୍ଥାନରେ ଏକାଠି ହୋଇଛନ୍ତି ଦୁଇ ପ୍ରତିଦ୍ୱନ୍ଦ୍ୱୀ। ନିର୍ବାଚନ ତାରିଖ ପାଖେଇ ଆସୁଥିବାବେଳେ ନେତାଙ୍କ ପ୍ରଚାର ବି ଜୋରଦାର ହେବାରେ ଲାଗିଛି। ଭୋଟରଙ୍କୁ ମନ‌ାଇବା ପାଇଁ ଲାଗି  ସବୁ ରାଜନୈତିକ ଦଳ ପ୍ରଚେଷ୍ଟା ଚଳାଇଛନ୍ତି। ଆଉ ଏହି ପ୍ରଚାର ଭିତରେ ଦୁଇ ପ୍ରତିଦ୍ୱନ୍ଦ୍ୱୀ ନେତା ଯେତେବେଳେ ସାମ୍ନାସାମ୍ନି ହୁଅନ୍ତି ସେତେବେଳେ କିଛି ଏଭଳି ଦୃଶ୍ୟ ଦେଖିବାକୁ ମିଳେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe