ବ୍ରହ୍ମପୁର: ଗଞ୍ଜାମର କବିତାଘର ଲିଟେରାରି ଟ୍ରଷ୍ଟ ଆନୁକୁଲ୍ୟରେ ୧୦ମ ସାହିତ୍ୟ ଉତ୍ସବ ସ୍ଥାନୀୟ କେସି ପବ୍ଲିକ ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବକୁ ବିଶିଷ୍ଟ ଡାକ୍ତର ସହଦେବ ସ୍ୱାଇଁ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଉଦଘାଟନ କରିଥିଲେ। ଏହି ସାହିତ୍ୟ ଉତ୍ସବରେ ଚାରୋଟି ଅଧିବେଶନରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ଡାକ୍ତର ସହଦେଵ ସ୍ୱାଇଁଙ୍କ ପ୍ରଥମ କବିତା ସଂକଳନ "ଯୁଗ୍ମ ଭାବ"ର ଦ୍ୱିତୀୟ ସଂସ୍କରଣ ସହିତ ଅନ୍ୟାନ୍ୟ ଲେଖକଙ୍କର ସମୁଦାୟ ୧୨ଟି ନୂଆ ବହିର ମଧ୍ୟ ଉନ୍ମୋଚନ କରାଯାଇଥିଲା।
ମୁଖ୍ୟ ଅତିଥି ଡାକ୍ତର ସହଦେଵ ସ୍ୱାଇଁ ଏକା ଧାରରେ ଜଣେ ସୁପରିଚିତ ଗୀତିକାର, ସଂଗଠକ, କବି ଏବଂ ସମାଜସେବୀ ତଥା ଶ୍ରୀଜଗନ୍ନାଥ ସୋସାଇଟି ବ୍ରିଟେନ୍ର ସଭାପତି ଅଛନ୍ତି। ଲଣ୍ଡନ ମାଟିରୁ ଭାବବିନୋଦିଆ କାଳିଆ ସାଆନ୍ତେଙ୍କୁ ଭୁଲିପାରିନାହାନ୍ତି। ତାଙ୍କରି ସ୍ମରଣରୁ ଜନ୍ମ ନେଇଥିବା ଅତି ମାନସ ସ୍ତରର ତୃତୀୟ କବିତା ସଂକଳନ "ସୂକ୍ଷ୍ମଭାବ"ର ମଧ୍ୟ ଏହି ଗଞ୍ଜାମଘର ସାହିତ୍ୟ ଉତ୍ସବରେ ଉନ୍ମୋଚନ କରାଯାଇଥିଲା। ନିଜକୁ ଜଣେ ଅକବି କହି ଆରମ୍ଭ କରିଥିଲେ ନିଜର ସୂକ୍ଷ୍ମ ଅନୁଭବ ଆଉ ଭାବ ଲଗାଇଥିଲେ। ଉତ୍ସବରେ ଉପସ୍ଥିତ ସାହିତ୍ୟ ମନସ୍କ ଯୁବ କବି ତଥା ଶୃଦ୍ଧି ପାଠକ ବୃନ୍ଦ.ଅନୁଷ୍ଠାନର ସମ୍ପାଦକ ଭାଗିରଥି ବେହେରାଙ୍କ ଦ୍ୱାରା ମୁଖ୍ୟ ଅତିଥି ତଥା ସମସ୍ତ ସମ୍ମାନିତ ବ୍ୟକ୍ତିଙ୍କୁ ଉତ୍ତରୀୟ ମାଧ୍ୟ୍ୟମରେ ସମ୍ମାନିତ କରାଯାଇଥିଲା।
ଡାକ୍ତର ସହଦେଵ ସ୍ୱାଇଁ ଲଣ୍ଡନ ମାଟିରୁ ଭାବବିନୋଦିଆ କାଳିଆ ସାଆନ୍ତେଙ୍କୁ ଭୁଲିପାରିନାହାନ୍ତି। ତାଙ୍କରି ସ୍ମରଣରୁ ଜନ୍ମ ନେଇଥିବା ଅତି ମାନସ ସ୍ତରର ତୃତୀୟ କବିତା ସଂକଳନ "ସୂକ୍ଷ୍ମଭାବ"ର ମଧ୍ୟ ଏହି ଗଞ୍ଜାମଘର ସାହିତ୍ୟ ଉତ୍ସବରେ ଉନ୍ମୋଚନ କରାଯାଇଥିଲା।
ଓଡ଼ିଆ ଭାଷା ଏବଂ ସାହିତ୍ୟର ଉନ୍ନତି ନିମନ୍ତେ ସାହିତ୍ୟ ସଭା, କବିତା ପାଠ, ଗଳ୍ପ ପାଠ ଆଦି କର୍ମଶାଳା ଆଦି ଟ୍ରଷ୍ଟର ମୁଖ୍ୟ ଲକ୍ଷ୍ୟ ବୋଲି ଶ୍ରୀ ବେହେରା ମତ ବ୍ୟକ୍ତ କରିଥିଲେ। କେବଳ ଏତିକିରେ ସୀମିତ ନଥିଲା ଏହି ସୃଜନର ସଭା। ଶ୍ରୀ ସ୍ୱାଇଙ୍କ ଯୁଗ୍ମଭାବକୁ ନେଇ କବିଙ୍କୁ କବିତା ସମ୍ମାନରେ ଉତ୍ତରୀୟ ଏବଂ ମାନପତ୍ର ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା, ଯାହା ଦ୍ୱିତୀୟ ଅଧିବେଶନର ମଞ୍ଚରେ କରାଯାଇଥିଲା। ଦ୍ବିତୀୟ ଅଧିବେଶନରେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ ଓଡିଶାର ସୁପରିଚିତ ତଥା ବରିଷ୍ଠ ନାରୀ କବୟିତ୍ରୀ ଅପର୍ଣ୍ଣା ମହାନ୍ତି ଏବଂ ସମ୍ମାନିତ ଅତିଥି ଭାବରେ ଥିଲେ ପବିତ୍ର ମୋହନ ଦାଶ।
Follow Us