ଗହଣା ବ୍ୟବସାୟୀଙ୍କଠାରୁ ଅଳଙ୍କାର ଭର୍ତ୍ତି ବ୍ୟାଗ୍ ଲୁଟିନେଲେ ଦୁର୍ବୃତ୍ତ

Advertisment
ଗହଣା ବ୍ୟବସାୟୀଙ୍କଠାରୁ ଅଳଙ୍କାର ଭର୍ତ୍ତି ବ୍ୟାଗ୍ ଲୁଟିନେଲେ ଦୁର୍ବୃତ୍ତ

ଭଞ୍ଜନଗର: ଦୁର୍ବୃତ୍ତମାନେ ଜଣେ ଗହଣା ବ୍ୟବସାୟୀଙ୍କଠାରୁ ଅଳଙ୍କାର ଭର୍ତ୍ତି ବ୍ୟାଗ୍ ଲୁଟିନେଇଥିବାର ଖବର ମିଳିଛି। ଦୁର୍ବୃତ୍ତମାନେ ୧୫ କେଜି ରୂପା ଓ ୧୫୦ ଗ୍ରାମ ସୁନା ଅଳଙ୍କାର ଲୁଟି ନେଇଥିବା ଅଭିଯୋଗ ହୋଇଛି।  ଗହଣା ବ୍ୟବସାୟୀ ବ୍ୟବସାୟ ସାରି ଘରକୁ ଫେରୁଥିବା ବେଳେ ଲୁଟର ଶିକାର ହୋଇଛଥିବା କୁହାଯାଉଛି।

ଗଞ୍ଜାମ ଜିଲ୍ଲା ଚମଖଣ୍ଡି ଥାନା ନରେନ୍ଦ୍ରପୁର ଛକ ନିକଟରେ ଗତକାଲି ସଂଧ୍ୟାରେ ଏହି ଅଭାବନୀୟ ଘଟଣା ଘଟିଛି। ଦୁଇ ଜଣ ଯୁବକ ବାଇକରେ ଆସି ଲୁଟ୍ କରିଥିବା ଅଭିଯୋଗ ହୋଇଛି। ଘଟଣା ସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe