ବେଆଇନ୍ ଭାବେ ଗଛ କାଟିବା ଓ ଜଙ୍ଗଲ ଜମି ଜବରଦଖଲ ଅଭିଯୋଗ: ବାବା ଗିରଫ

Advertisment
ବେଆଇନ୍ ଭାବେ ଗଛ କାଟିବା ଓ ଜଙ୍ଗଲ ଜମି ଜବରଦଖଲ ଅଭିଯୋଗ: ବାବା ଗିରଫ

ଧରାକୋଟ: ବେଆଇନ୍ ଜମି ଦଖଲକାରୀ ଜଣେ ବାବାଙ୍କୁ ଗିରଫ କରାଯାଇଛି। ଗଞ୍ଜାମ ଜିଲ୍ଲା ଧରାକୋଟ ଆଠଘରିଆ ନିକଟ ଜଙ୍ଗଲରେ ବେଆଇନ୍ ଭାବେ ଗଛ କାଟିବା ଓ ଜଙ୍ଗଲ ଜମି ଜବରଦଖଲ କରିବା ଅଭିଯୋଗରେ ତାଙ୍କୁ ଗିରଫ କରିଛି ବନବିଭାଗ। ବାବା ଜଣଙ୍କୁ ଗିରଫ କରାଯିବା ସହ କୋର୍ଟ ଚାଲାଣ କରାଯାଇଛି।

କିଛି ଦିନ ହେଲା ବାବା ଜଣକ ଜଙ୍ଗଲ ଜମି ଦଖଲ କରି ଜଙ୍ଗଲରୁ ଗଛ ସବୁ କାଟୁଥିଲେ। ଘଟଣା ନେଇ ବନ ବିଭାଗ ପାଖରେ ଖବର ପହଞ୍ଚିବା ପରେ ଦକ୍ଷିଣ ବନଖଣ୍ଡ ଅଧିକାରୀଙ୍କ ନିର୍ଦ୍ଦେଶରେ ଏକ ଟିମ୍ ଗଠନ କରାଯାଇ ଚଢ଼ଉ କରାଯାଇଥିଲା। ଏହାପରେ ଜବରଦଖଲକାରୀ ବାବାଙ୍କୁ ଗିରଫ କରାଯାଇଛି। ବାବା ହେଲେ କବିସୂର୍ଯ୍ୟନଗର ଥାନା ମହାଛାଇ ଗାଁର କୃଷ୍ଣଚନ୍ଦ୍ର ସାହୁ। କିଛି ଦିନ ହେଲା ବରାଡବିଲି ଆଠଘରିଆ ଅଞ୍ଚଳରେ ରହି ମୂଲ୍ୟବାନ ଗଛ ସବୁ କାଟିସଫା କରିଦେଉଥିଲେ। କେବଳ ଗଛ କାଟିବା ନୁହେଁ ଜମି ଜବରଦଖଲ କରି ଆଶ୍ରମ ତିଆରି କରୁଥିଲେ। ସମସ୍ତ ଘଟଣା ସାମ୍ନାକୁ ଆସିବା ପରେ ବନବିଭାଗ ଚଢାଉ କରି ଛଦ୍ମବେଶୀ ବାବାକୁ ଗିରଫ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe