ଗଂଜାମ: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣକୁ ଟାଙ୍ଗିଆରେ ହାଣି ହତ୍ୟା

Advertisment
କଳାହାଣ୍ଡି: ଜମି ବିବାଦକୁ ନେଇ ହତ୍ୟାକାଣ୍ଡ, ଦାଦାର କୁରାଢ଼ୀ ଚୋଟରେ ପୁତୁରା ମୃତ

ବୁଗୁଡ଼ା: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଶନିବାର ଗଂଜାମ ଜିଲ୍ଲାର ବୁଗୁଡ଼ା ଅଂଚଳରେ ଏକ ହତ୍ୟାକାଣ୍ଡ ଘଟିଛି। ସୂଚନା ଅନୁସାରେ ଗୋଲିଆ ଗାଁର ମୀନକେତନ ସାମଲଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରାଯାଇଛି।

ଆଜି ରାତି ପ୍ରାୟ ୮ଟା ୩୦ରେ ମୀନକେତନ ଗାଁ ନାମ ମଣ୍ଡପରେ ବସିଥିଲେ। ଏହି ସମୟରେ ଗାଁର ରାମ ଦଳେଇ ଆସି ଅଚାନକ ଟାଙ୍ଗିଆରେ ଆକ୍ରମଣ କରିଥିଲା। ମୀନକେତନ ତଳେ ପଡ଼ିଯିବା ପରେ ଅଭିଯୁକ୍ତ ଫେରାର ହୋଇଯାଇଥିଲା।

ହତ୍ୟାକାଣ୍ଡ ସଂପର୍କିତ ସୂଚନା ମିଳିବା ପରେ ବୁଗୁଡ଼ା ଥାନା ପୁଲିସ ପହଂଚି ମୃତଦେହ ଜବତ କରିଛି। ପୁଲିସ ଘଟଣାର ତଦନ୍ତ କରୁଥିବା ବେଳେ ଅଭିଯୁକ୍ତ କୁହାଯାଉଥିବା ରାମ ଦଳେଇ ଫେରାର ଅଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe