ଆଇନ୍‌ଜୀବୀ ହତ୍ୟା ମାମଲାରେ ମନ୍ତ୍ରୀ କହିଲେ- ପୁଲିସକୁ ଅନେକ ସୁରାଗ ମିଳିଛି

ବ୍ରହ୍ମପୁରରେ ଓକିଲ ପିତବାସ ପଣ୍ଡାଙ୍କୁ ହତ୍ୟା ଘଟଣାରେ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ, ଦୋଷୀ ଯିଏ ବି ହେଉନା କାହିଁକି ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ।

Untitled-26

ଭୁବନେଶ୍ବର: ବ୍ରହ୍ମପୁରରେ ଓକିଲ ପିତବାସ ପଣ୍ଡାଙ୍କୁ ହତ୍ୟା ଘଟଣାରେ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ, ଦୋଷୀ ଯିଏ ବି ହେଉନା କାହିଁକି ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। ଘଟଣା ଯିଏ ଘଟାଇଛି, ପଛରେ ଯିଏ ଷଡଯନ୍ତ୍ର କରିଛି କାହାରିକୁ ଛଡାଯିବ ନାହିଁ। ପୁଲିସ ଅନେକ ସୁରାଗ ପାଇଲାଣି ଆହୁରି ଅନୁସନ୍ଧାନ ଚାଲିଛି। ରାଜ୍ଯରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ଆଜି ବରିଷ୍ଠ ପୁଲିସ ଅଧିକାରୀଙ୍କୁ ଡ଼ାକି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ଯ ପୁଲିସ ସକ୍ଷମ ଅଛି। ଆଉ କାହାକୁ ତଦନ୍ତ ଦାୟୀତ୍ବ ଦିଆଯିବ କି ନାହିଁ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେବେ। 

ରାଜ୍ୟ ଆଇନଜୀବୀ ପରିଷଦର ସଦସ୍ୟ ପୀତବାସ ପଣ୍ଡାଙ୍କୁ ସୋମବାର ରାତି ପ୍ରାୟ ୧୦ଟାରେ ବୈଦ୍ୟନାଥପୁର ଥାନା ଅଧୀନ ବ୍ରହ୍ମାନଗରସ୍ଥିତ ନିଜ ଘର ପାଖରେ ଛିଡ଼ା ହୋଇଥିଲେ। ଏହି ସମୟରେ ୨ ଜଣ ଦୁର୍ବୃତ୍ତ ବାଇକରେ ଆସି ତାଙ୍କ ଉପରକୁ ଗୁଳି ଚଳାଇଥିଲେ। ଗୁଳିମାଡ଼ର ଶିକାର ହେଲା ପରେ ପୀତବାସ ବେହୋସ ହୋଇ ତଳେ ପଡ଼ିଯାଇଥିଲେ। ତାଙ୍କର ଛାତିରେ ବାଜିଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ଏମକେସିଜି ଡାକ୍ତରଖାନା ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ପୀତବାସ ବିଜେପି ଦଳର ସକ୍ରିୟ ସଦସ୍ୟ ଥିଲେ। ପୂର୍ବ ସରକାରର ବିଭିନ୍ନ ଦୁର୍ନୀତି ନେଇ ସେ ଖୁଲାସା କରୁଥିଲେ। ତେବେ କିଏ ଓ କାହିଁକି ତାଙ୍କ ଉପରେ ଆକ୍ରମଣ କଲେ ଜଣାପଡ଼ିନି। ବ୍ରହ୍ମପୁର ଏସ୍‌ପି ଶରବଣା ବିବେକ ଏମ୍‌ ଓ ବୈଦ୍ୟନାଥପୁର ଥାନାଧିକାରୀ ସୁଚିତ୍ରା ପରିଡ଼ା ଉଭୟ ଛୁଟିରେ ଥିବା ବେଳେ ଏହି ଘଟଣା ଘଟିଛି। ପୀତବାସ ବିଜେପିରେ ଯୋଗଦେଲା ପରେ ବହୁ ପଦ ପଦବିରେ ଥିଲେ।  ।  

Crime | ganjam

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe