ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ: ରକ୍ତାକ୍ତ ଅବସ୍ଥାରେ ଭର୍ତ୍ତି

Advertisment
ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ: ରକ୍ତାକ୍ତ ଅବସ୍ଥାରେ ଭର୍ତ୍ତି

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ଦୁବପଲ୍ଲୀ ଗ୍ରାମ ନିକଟରେ ଗତକାଲି ଜଣେ ଯୁବକଙ୍କୁ କିଛି ଦୁର୍ବୃତ୍ତ ଗୋଡ଼ାଇ ଗୋଡ଼ାଇ ହାଣି ରକ୍ତାକ୍ତ କରିଥିଲେ। ଏଥିରେ ରାଳବ ଗ୍ରାମର ବି. ସନ୍ତୋଷ ପାତ୍ର ଗୁରୁତର ହୋଇଥିଲେ। ତାଙ୍କର ହାତରେ ଖଣ୍ଡା ଚୋଟ ପଡ଼ିଛି। ତାଙ୍କୁ ଉଦ୍ଧାର କରି ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସୂଚନା ଅନୁସାରେ ରାଳବ ଗ୍ରାମରେ ଦୁଇ ଗୋଷ୍ଠୀ ମଧ୍ୟରେ ପୂର୍ବ ଶତ୍ରୁତାକୁ ନେଇ ଛକାପଞ୍ଝା ଲାଗି ରହିଛି। ଯାହାକୁ ନେଇ ବିଗତ ଦିନରେ ବାରମ୍ବାର ଗଣ୍ଡଗୋଳ ଘଟିଛି। ସନ୍ତୋଷ ରାତିରେ ଦୁବପଲ୍ଲୀ ଦେଇ ଆସୁଥିବା ବେଳେ ବିପକ୍ଷ ଗୋଷ୍ଠୀ ତାଙ୍କୁ ଖଣ୍ଡାରେ ଅତର୍କିତ ଆକ୍ରମଣ କରିଥିଲେ। ଏଥିରେ ସନ୍ତୋଷ ହାତ ଦେଖାଇ ଦେବାରୁ ତାଙ୍କର ହାତରେ ଖଣ୍ଡା ଚୋଟ ପଡ଼ିଥିଲା। ସନ୍ତୋଷ ରକ୍ତାକ୍ତ ଅବସ୍ଥାରେ ତଳେ ପଡ଼ି ଯାଇଥିବା ବେଳେ ଆକ୍ରମଣକାରୀ ସେଠାରୁ ଫେରାର୍‌ ହୋଇ ଯାଇଥିଲେ। ସନ୍ତୋଷଙ୍କ ପରିବାରବର୍ଗ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ସନ୍ତୋଷଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ପୁଲିସ ଆକ୍ରମଣକାରୀଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe