ଭାସି ଯାଇଥିବା ଯୁବକଙ୍କ ପତ୍ତା ମିଳୁନି, ଦମକଳ ବାହିନୀର ଉଦ୍ୟମ ଜାରି

ପୋଡ଼ାପଲି ଗ୍ରାମର ବୁଲୁ ପ୍ରଧାନ ଓ ପ୍ରମଦା ପ୍ରଧାନଙ୍କ ପୁଅ ଶୁଭମ କୁମାର ପ୍ରଧାନ ୧୭ ବର୍ଷ ଗତ ଶନିବାର ଦିନ ଋଷିକୂଲ୍ୟା ନଦୀକୁ ଗାଧୋଇବାକୁ ଯାଇ ଭରା ନଈର ସୁଅରେ ଭାସିଯିବା ଘଟଣାକୁ ୩୦ ଘଣ୍ଟା ବିତିଥିଲେ ମଧ୍ୟ ଏପର୍ଯ୍ୟନ୍ତ ତାଙ୍କର ପତ୍ତା ମିଳିନାହିଁ।

dharakot

ଧରାକୋଟ: ଗଂଜାମ ଜିଲ୍ଲା ଧରାକୋଟ ବ୍ଲକର ମୁଣ୍ଡମରାଇ ପଞ୍ଚାୟତ ଅନ୍ତର୍ଗତ ପୋଡ଼ାପଲି ଗ୍ରାମର ବୁଲୁ ପ୍ରଧାନ ଓ ପ୍ରମଦା ପ୍ରଧାନଙ୍କ ପୁଅ ଶୁଭମ କୁମାର ପ୍ରଧାନ ୧୭ ବର୍ଷ ଗତ ଶନିବାର ଦିନ ଋଷିକୂଲ୍ୟା ନଦୀକୁ ଗାଧୋଇବାକୁ ଯାଇ ଭରା ନଈର ସୁଅରେ ଭାସିଯିବା ଘଟଣାକୁ ୩୦ ଘଣ୍ଟା ବିତିଥିଲେ ମଧ୍ୟ ଏପର୍ଯ୍ୟନ୍ତ ତାଙ୍କର ପତ୍ତା ମିଳିନାହିଁ। ଏପଟେ ଶୁଭମଙ୍କ ଫେରିବା ବାଟକୁ ଘରେ ସମସ୍ତେ ଚାହିଁ ବସିଥିବା ବେଳେ କାନ୍ଦ ବୋବାଳିରେ ଘର ଫାଟି ପଡୁଛି। ସମଗ୍ର ପୋଡ଼ାପାଲି ଗାଁର ପରିବେଶ ସ୍ତବ୍ଧ ପାଲଟି ଯାଇଛି।

ଅନ୍ୟପକ୍ଷରେ ଧରାକୋଟ ଦମକଳ ବାହିନୀ ତରଫରୁ ଆଜି ଶୁଭମର ଖୋଜିବା କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇଥିଲେ ମଧ୍ୟ ସନ୍ଧ୍ୟା ସୁଦ୍ଧା କୌଣସି ପତ୍ତା ମିଳିନାହିଁ। ଧରାକୋଟ ଦମକଳ କେନ୍ଦ୍ର ଅଧିକାରୀ କୃଷ୍ଣଚନ୍ଦ୍ର ସାହୁଙ୍କ ନେତୃତ୍ୱରେ ଆଗ୍ନିକ ପବିତ୍ର ବେହେରା, ଶୁଭ୍ରଜିତ ରଥ, କୃଷ୍ଣଚନ୍ଦ୍ର ପ୍ରଧାନ, ଦୁଷ୍ମନ୍ତ ପ୍ରଧାନ, କୃଷ୍ଣଚନ୍ଦ୍ର ସାହୁ ପ୍ରମୁଖ ଲାଇଫ ବୋଟ ସାହାଯ୍ୟରେ ଆଜି ପୋଡ଼ାପଲି ଠାରୁ ଆରମ୍ଭ କରି ସୁନାପଲି, ସିନ୍ଦୂରା ପଲି, ଲକ୍ଷ୍ମୀପୁର, ପଙ୍କଳବାଡ଼ି, ରେଡ୍ଡୀ ଦାମୋଦରପଲି ସମେତ ଆସିକା ପର୍ଯ୍ୟନ୍ତ ଦୀର୍ଘ ସମୟ ଧରି ଖୋଜା ଖୋଜି କରିଥିଲେ ମଧ୍ୟ କୌଣସି ପତ୍ତା ମିଳିନାହିଁ।

ଶୁଭମଙ୍କ ଫେରିବା ବାଟକୁ ଘରେ ସମସ୍ତେ ଚାହିଁ ବସିଥିବା ବେଳେ କାନ୍ଦ ବୋବାଳିରେ ଘର ଫାଟି ପଡୁଛି। ସମଗ୍ର ପୋଡ଼ାପାଲି ଗାଁର ପରିବେଶ ସ୍ତବ୍ଧ ପାଲଟି ଯାଇଛି। ଅନ୍ୟପକ୍ଷରେ ଧରାକୋଟ ଦମକଳ ବାହିନୀ ତରଫରୁ ଆଜି ଶୁଭମର ଖୋଜିବା କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇଥିଲେ ମଧ୍ୟ ସନ୍ଧ୍ୟା ସୁଦ୍ଧା କୌଣସି ପତ୍ତା ମିଳିନାହିଁ।

ପ୍ରକାଶଯୋଗ୍ୟ ବ୍ରହ୍ମପୁର ବେଦବ୍ୟାସ କଲେଜରେ ଯୁକ୍ତ ଦୁଇ ଶ୍ରେଣୀରେ ପଢ଼ୁଥିବା ଶୁଭମ ଚଳିତ ଦଶହରା ଛୁଟିରେ ଗାଁକୁ ଆସିଥିବା ବେଳେ ଶନିବାର ଦିନ ଗାଁ ନିକଟରେ ପ୍ରବାହିତ ହେଉଥିବା ଋଷିକୁଲ୍ୟା ନଦୀକୁ ସକାଳ ନଅ ଘଣ୍ଟା ସମୟରେ ଗାଧୋଇବାକୁ ଯାଇଥିବା ବେଳେ ନଈ ତୁଠରେ ଗୋଡ ଖସିଯିବାରୁ ଭରା ନଈରେ ଭାସିଯାଇ ନିଖୋଜ ହୋଇଯାଇଥିବା ଜଣାଯାଇଛି। ପ୍ରକାଶଯୋଗ୍ୟ ଏହି ଖୋଜିବା କାର୍ଯ୍ୟରେ ଆସିକା ଓ ହିଞ୍ଜିଳି ଦମକଳ ବାହୀନି ମଧ୍ୟ ସାମିଲ ହୋଇ ନିଜ ନିଜ ଅଞ୍ଚଳରେ ଖୋଜା ଖୋଜି କରୁଥିବା ସୂଚନା ମିଳିଛି।

ganjam

ରିପୋର୍ଟ: ପୂର୍ଣ୍ଣଚନ୍ଦ୍ର ନାୟକ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe