ଭୋଜିରେ ଯୁକ୍ତିତର୍କରୁ ହତ୍ୟା : ୫ ଅଟକ, ଠେଙ୍ଗା ଜବତ

Advertisment
ଭୋଜିରେ ଯୁକ୍ତିତର୍କରୁ ହତ୍ୟା : ୫ ଅଟକ, ଠେଙ୍ଗା ଜବତ

ଭଂଜନଗର : ଗଞ୍ଜାମ ଜିଲ୍ଲା ଭଂଜନଗର ଥାନା ଅଧୀନ ଆଖୁପଦର ଗ୍ରାମରେ ଗତକାଲି ରାତିରେ ଭୋଜିଭାତରେ ସାମାନ୍ୟ ବଚସାକୁ କେନ୍ଦ୍ର କରି ସାଗର ନାୟକ(୧୮) ନାମକ ଜଣେ ଯୁବକଙ୍କୁ ଠେଙ୍ଗାରେ ପିଟି ନିର୍ମମ ଭାବେ ହତ୍ୟା କରାଯାଇଛି। ମୃତଦେହକୁ ଗାଁ ମୁଣ୍ଡରେ ଥିବା କଲଭର୍ଟ ନିକଟ ଜମିରୁ ଉଦ୍ଧାର କରାଯାଇଛି। ପୁଲିସ ୫ଜଣଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି। ଅଟକଙ୍କ ମଧ୍ୟରୁ ଦୁଇଜଣ ଲାଲୁ ନାୟକ ଏବଂ ଅମୂଲ୍ୟ ସ୍ୱାଇଁ ସାଗରଙ୍କୁ ପିଟି ପିଟି ହତ୍ୟା କରିଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ଘଟଣାରେ ଆଉ କିଛି ଯୁବକ ସଂପୃକ୍ତ ଥିବା ଅନୁମାନ କରାଯାଉଛି।

ମିଳିଥିବା ସୂଚନା ମୁତାବକ, ଆଖୁପଦର ଗ୍ରାମର ମୂଳବାସିନ୍ଦା ମୃତକ ସାଗର ସୁରତରେ କାମ କରୁଥିଲେ। ଦଶହରା ଓ କୁମାରପୂର୍ଣ୍ଣମୀ ପାଇଁ ଗାଁକୁ ଆସିଥିିଲେ। ଗତକାଲି ରାତିରେ ସାଗର ତାଙ୍କର ୫ଜଣ ବନ୍ଧୁ ଗାଁ ମୁଣ୍ଡରେ ଥିବା ଏକ କଲଭର୍ଟ ଉପରେ ଚିକେନ୍‌ ଭୋଜି କରିବା ସହ ମଦ ଆଣି ପିଇଥିଲେ। କିଛି ସମୟ ପରେ ସାଗର ଓ ଅନ୍ୟ ଚାରିଜଣଙ୍କ ମଧ୍ୟରେ କୌଣସି କଥାକୁ ନେଇ ପ୍ରବଳ ଯୁକ୍ତିତର୍କ ହୋଇଥିଲା। ତେବେ ଲାଲୁ ଓ ଅମୂଲ୍ୟ ରାଗିଯାଇ ଠେଙ୍ଗାରେ ସାଗରଙ୍କୁ ପିଟି ଥିଲେ। ସାଗର ଅଚେତ ହୋଇ ଯାଇଥିଲେ। ଉଭୟ ସାଗରଙ୍କୁ ଟେକି ନେଇ କଲଭର୍ଟ ପାଖ ଜମିରେ ଫୋପାଡ଼ି ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe