ମୁନା ଅନ୍ତର୍ଧାନ ରହସ୍ୟ ଉନ୍ମୋଚିତ : ହତ୍ୟା କରି ପୋଡ଼ିଥିଲା ଜ୍ୱାଇଁ

Advertisment

ନିଖୋଜର ୮ ମାସ ପରେ ମିଳିଲା ହାଡ଼

ନିଖୋଜର ୮ ମାସ ପରେ ମିଳିଲା ହାଡ଼

ମୁନା ଅନ୍ତର୍ଧାନ ରହସ୍ୟ ଉନ୍ମୋଚିତ : ହତ୍ୟା କରି ପୋଡ଼ିଥିଲା ଜ୍ୱାଇଁ

ଭଂଜନଗର : ଗଂଜାମ ଜିଲ୍ଲା ଭଂଜନଗର ଥାନା ଅଧୀନ ଗୋଲାପଡ଼ା ଗ୍ରାମର ମୁନା ଗୌଡ଼ଙ୍କ ଅନ୍ତର୍ଧାନ ରହସ୍ୟ ଉନ୍ମୋଚିତ ହୋଇଛି। ୮ ମାସ ତଳେ ମୁନାଙ୍କୁ ତାଙ୍କ ନିଜ ଜ୍ୱାଇଁ (ଭିଣୋଇ) ଓ ତାଙ୍କ ଭାଇ ହତ୍ୟା କରି ପୋଡ଼ି ଦେଇଥିବା ଜଣାପଡ଼ିବା ପରେ ପୁଲିସ ଲଙ୍ଗଳଖୋଳା ଜଙ୍ଗଲ ଭିତରୁ ମୁନାଙ୍କ ଦେହାବଶେଷ ଓ ହାଡ଼ ଜବତ କରିଛି। ଘଟଣାରେ ଜ୍ୱାଇଁ ନାଲୁ ଗୌଡ଼ ଓ ତା’ ଭାଇ ବୁଲୁକୁ ପୁଲିସ ଗିରଫ କରିଛି। ଉଭୟ ଅଭିଯୁକ୍ତ ସେମାନଙ୍କ ଦୋଷ ସ୍ୱୀକାର କରିଛନ୍ତି ବୋଲି ଭଂଜନଗର ଭାରପ୍ରାପ୍ତ ଡିଏସ୍‌ପି ଅଶ୍ୱିନୀ କୁମାର ସାହୁ ସୂଚନା ଦେଇଛନ୍ତି।

publive-imageମିଳିଥିବା ସୂଚନାନୁସାରେ, ନାଲୁଙ୍କ ବିବାହ ମାମୁଁ ବଳରାମ ଗୌଡ଼ଙ୍କ ଝିଅ ସହ ଗତବର୍ଷ ଏପ୍ରିଲ୍‌ ୨୭ ତାରିଖରେ ହୋଇଥିଲା। ବିବାହ ପରେ ନାଲୁ ନିଜ ଶ୍ୱଶୁର ଘର ଗୋଲାପଡ଼ାରେ ରହୁଥିଲା। ତେବେ ସେଠାରେ ଶଳା ମୁନା ସହ ତାର ମନୋମାଳିନ୍ୟ ଆରମ୍ଭ ହୋଇଯାଇଥିଲା। ଫଳରେ ମୁନାକୁ ହତ୍ୟା କରିବାକୁ ନାଲୁ ନିଜ ବଡ଼ଭାଇ ବୁଲୁ ସହ ମିଶି ଯୋଜନା କରିଥିଲା। ଗତ ମେ’ ମାସ ୨୫ ତାରିଖରେ ନାଲୁ ଓ ବୁଲୁ ଶଳା ମୁନାଙ୍କୁ କୌଶଳକ୍ରମେ କୁଟୁଣିକୁମ୍ପାକୁ ନେଇ ବେକରେ ଗାମୁଛା ପକାଇ ତଣ୍ଟି ଚିପି ହତ୍ୟା କରିଥିଲେ। ଏହାପରେ ଶବକୁ ନିକଟସ୍ଥ ଲଙ୍ଗଳଖୋଳା ଜଙ୍ଗଲରେ ପୋଡ଼ିି ଦେବା ସହ ମୁନାଙ୍କ ସାଇକେଲକୁ ଡହ କେନାଲରେ ଫୋପାଡ଼ି ଦେଇଥିଲେ।

ଘଟଣାର ତଦନ୍ତ ସମୟରେ ନାଲୁର ଗତିବିଧି ଓ କଥାବାର୍ତା ଉପରେ ପୁଲିସ ସନ୍ଦେହ କରିବା ପରେ ତାକୁ ପଚରାଉଚରା କରାଯାଇଥିଲା। ପରେ ତା’ର ବଡ଼ଭାଇ ବୁଲୁକୁ ବି ଡ଼କାଯିବା ପରେ ଉଭୟ ସେମାନଙ୍କ ଦୋଷ ସ୍ୱୀକାର କରିଥିଲେ। ଆଜି ବ୍ରହ୍ମପୁରରୁ ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚି ହାଡ଼ ଓ ଦେହାବଶେଷ ଜବତ କରିଥିଲେ। ନାଲୁ ଓ ବୁଲୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe