ମୁଣ୍ଡପୋତାଙ୍କୁ ହତ୍ୟା ଘଟଣାରେ ୨ ଗିରଫ

ସ୍ତ୍ରୀଙ୍କୁ ଅସଦାଚରଣ ପରେ ସ୍ବାମୀକୁ ହତ୍ୟା କରିଥିଲେ

ମୁଣ୍ଡପୋତାଙ୍କୁ ହତ୍ୟା ଘଟଣାରେ ୨ ଗିରଫ

ଗୋପାଳପୁର: ଗୋପାଳପୁର ଥାନା ଅନ୍ତର୍ଗତ ନୂଆ ଗୋଳାବନ୍ଧ ଗ୍ରାମ‌େର ଜଣେ ମୁଣ୍ଡପୋତା କେଳାଙ୍କୁ ଗଳା କାଟି ହତ୍ୟା କରିବା ଘଟଣାରେ ଗୋପାଳପୁର ପୁଲିସ ଦୁଇଜଣ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଛି। ସେମାନେ ହେଲେ ନୂଆ ଗୋଳାବନ୍ଧ ଗ୍ରାମର ଜି. ଜୁଗୁୁଡୁ ଓ ଜେ. ଆପ୍ପାୟା ବୋଲି ସଦର ଏସଡିପିଓ ‌ଅଶୋକ ମହାନ୍ତି ଗୋପାଳପୁର ଥାନାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଏହା ସହିତ ହତ୍ୟା ଘଟଣାରେ ବ୍ୟବହୃତ ହୋଇଥିବା କାତି ମଧ୍ୟ ଜବତ ହୋଇଛି।
ପୁଲିସର କହିବାନୁଯାୟୀ, ଗତ ୭ତାରିଖ ଦିନ ସନ୍ଧ୍ୟା ସାତଟା ସମୟରେ ଉଭୟ ଅଭିଯୁକ୍ତ ନୂଆ ଗୋଳାବନ୍ଧରେ କୈଳାସ ପ୍ରଧାନ(୪୦)ଙ୍କ ସହ ମଦଭାଟିରେ ଭେଟ ହୋଇଥିଲେ। ମିଶିକି ମଦ ପିଇବା ପରେ ଅଭିଯୁକ୍ତମାନେ କୈଳାସଙ୍କ ସହିତ ତାଙ୍କର ଘରକୁ ଯାଇଥିଲେ। ଅଭିଯୁକ୍ତମାନେ ନିଶାସକ୍ତ ଅବସ୍ଥାରେ କୈଳାସଙ୍କ ପତ୍ନୀଙ୍କୁ ଅସଦାଚରଣ କରିଥିଲେ। କୈଳାସ ଏହାର ପ୍ରତିବାଦ କରିବାରୁ ଅଭିଯୁକ୍ତମାନେ ତାଙ୍କୁ ମାଡ଼ ମାରି ସେଠାରୁ ଟେକି ନେଇଥିଲେ।

ପରେ ଅଭିଯୁକ୍ତ ଜୁଗୁଡ଼ୁ ଓ ଆପ୍ପାୟା ଏକ କାତିରେ କୈଳାସଙ୍କ ଗଳା କାଟି ହତ୍ୟା କରି ସ୍କୁଲ ପଛପଟ ଖେଳ ପଡ଼ିଆରେ ଶବ ଫିଙ୍ଗି ଦେଇଥିଲେ। ୮ତାରିଖ ସକାଳେ କୈଳାସଙ୍କ ଶବ ଜବତ ହୋଇଥିଲା। କୈଳାସଙ୍କ ପତ୍ନୀଙ୍କ ଅଭିଯୋଗ କ୍ରମେ ଗୋପାଳପୁର ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ପରେ ପୁଲିସ ଉଭୟ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ପ୍ରକାଶ ଥାଉ କି କୈଳାସ ତାଙ୍କ ପରିବାର ବର୍ଗଙ୍କ ସହ କାର୍ତ୍ତିକ ମାସ ଉପଲକ୍ଷେ ଧବଳେଶ୍ବର ମନ୍ଦିରକୁ ଆସି ମୁଣ୍ଡପୋତା କେଳା ଦେଖାଇ ପରିବାର ଭରଣପୋଷଣ କରୁଥିଲେ। କୈଳାସଙ୍କ ଘର ନୟାଗଡ଼ ଜିଲ୍ଲା ସଦର ଥାନା ଅନ୍ତର୍ଗତ ମାଛିପଡ଼ା ଅଞ୍ଚଳ‌େର ବୋଲି ପୁଲିସ କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe