ବାଲିଗୁଡ଼ା: ବାଲିଗୁଡ଼ା ଥାନା ସିନ୍ଦ୍ରିିଗାଁ ପଞ୍ଚାୟତ ଅଧିକ ଏକ ଗ୍ରାମର ଜଣେ ବିଧବାଙ୍କୁ ପୁତୁରା ଦୁଷ୍କର୍ମ କରିବା ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ଏନେଇ ବାଲିଗୁଡ଼ା ଥାନାରେ କେସ୍.ନଂ ୭୩ ଅନୁସାରେ ମାମଲା ରୁଜୁ ପରେ ଅଭିଯୁକ୍ତ ସୁରଜ ବିନ୍ଧାଣୀକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ମହିଳା ଜଣକ ଜନ୍ମ ପ୍ରମାଣପତ୍ର ଆଣିବା ପାଇଁ ନିକଟସ୍ଥ ବାରଖମା ଡ଼ାକ୍ତରଖାନାକୁ ଯାଇ ଥିଲେ। କିନ୍ତୁ ସନ୍ଧ୍ୟା ହୋଇଯାଇଥିବାରୁ ସେ ରେବିଙ୍ଗିଆରେ ତାଙ୍କ ପୁତୁରା ସୁରଜର ଘରେ ରହିଯାଇଥିଲେ। ପରଦିନ ସକାଳେ ସୁରଜ ତାଙ୍କୁ ବାଇକ୍ରେ ନେଇ ଛାଡ଼ିବାକୁ ଯାଉଥିବା ବେଳେ ରାସ୍ତାରେ ଦୁଷ୍କର୍ମ କରିଥିବା ନେଇ ମହିଳାଜଣକ ବାଲିଗୁଡ଼ା ଥାନାରେ ଏତଲା ଦେଇଥିଲେ। ସୁରଜକୁ ଗିରଫ କରାଯାଇଛି ।
ବିଧବାଙ୍କୁ ଦୁଷ୍କର୍ମ, ପୁତୁରା ଗିରଫ
Advertisment
Follow Us