ଦିଗପହଣ୍ଡିରେ ବିଚିତ୍ର ସ୍ଥିତି: ସମସ୍ୟାର ସମାଧାନ ନ ହେଲେ, ନେତାଙ୍କୁ ଗାଁ ମନା

Advertisment
ଦିଗପହଣ୍ଡିରେ ବିଚିତ୍ର ସ୍ଥିତି: ସମସ୍ୟାର ସମାଧାନ ନ ହେଲେ, ନେତାଙ୍କୁ ଗାଁ ମନା

ବ୍ରହ୍ମପୁର: ଗାଁରେ ଥିବା ସମସ୍ୟାର ସମାଧାନ ନ ହେଲେ ନେତାଙ୍କୁ ଗାଁ ମନା। ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିରେ ଉଭୟ ବିଜେପି ଓ ବିଜେଡି ପକ୍ଷରୁ ଜୋରଦାର ପ୍ରଚାର ଚାଲିଥିବା ବେଳେ ବିଭିନ୍ନ ସମସ୍ୟାର ସମାଧାନ ଦାବି କରି ନେତାଙ୍କୁ ଭୋଟ ଭିକ୍ଷା ପାଇଁ ଗାଁକୁ ଆସିବାକୁ ମନା କରିଛନ୍ତି କାଣ୍ଡସର ଗାଁର ଲୋକେ। ଏହି ଗାଁରେ ଅନେକ ସମସ୍ୟା ଥିବା ବେଳେ ବିଭିନ୍ନ ଉନ୍ନୟନ କାମରେ ଦୁର୍ନୀତି ହେଉଥିବା ଅଭିଯୋଗ କରିଛନ୍ତି ଲୋକେ।

ସ୍କୁଲ ଗୃହ, ଅଙ୍ଗନବାଡ଼ି ଘର, କଲ୍ୟାଣ ମଣ୍ଡପ ଅଧାପନ୍ତରିଆ ଭାବେ ପଡ଼ି ରହିଥିବା ବେଳେ ଏହାର କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ଗୁରୁତ୍ୱ ଦିଆଯାଉ ନଥିବା କହିଛନ୍ତି ଗ୍ରାମବାସୀ। ବ୍ଲକ କାର୍ଯ୍ୟାଳୟରେ ଅନେକ ଅଭିଯୋଗ ପରେ ବି କୌଣସି ସୁଫଳ ମିଳିନି। ତେଣୁ ପ୍ରଚାର ପାଇଁ ନେତାଙ୍କୁ ଗାଁକୁ ଆସିବାକୁ ବାରଣ କରାଯାଇଥିବା ବେଳେ ଭୋଟ ବର୍ଜନ ପାଇଁ ଚେତାବନୀ ଦେଇଛନ୍ତି ଗ୍ରାମବାସୀ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe