ଗଂଜାମ: ବାଇକ ଦୁର୍ଘଟଣାରେ ବୃଦ୍ଧ ମୃତ

Advertisment
ଘରକୁ ଫେରୁଥିବା ବେଳେ ଟାଟା ମ୍ୟାଜିକ ଧକ୍କା ଦେବାରୁ କଲେଜ ଛାତ୍ରର ମୃତ୍ୟୁ

ଭଞ୍ଜନଗର: ତାରସିଂ ଥାନା ଅନ୍ତର୍ଗତ ଢୋଲପିଟା ଗ୍ରାମ ଛକ ନିକଟରେ ବାଇକ ଧକ୍କାରେ ସାଇକେଲ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ଭଞ୍ଜନଗର ବ୍ଲକ କାଳିଝରୀ ଗ୍ରାମର ତ୍ରିଲୋଚନ ନାୟକ (୬୦)। ଧକ୍କା ଦେଇ ବାଇକ ଚାଳକ ଫେରାର ଥିବା ଜଣାପଡିଛି। ଏନେଇ ତାରସିଂ ଥାନାରେ ୧୦୧/୧୯ ନମ୍ବରରେ ମାମଲା ରୁଜୁ ହୋଇଥିବା ନେଇ ଗାଲେରୀ ଫାଣ୍ଡି ଅଧିକାରୀ ଅଶୋକ କୁମାର ତ୍ରିପାଠୀ ପ୍ରକାଶ କରିଛନ୍ତି।

ପୁଲିସ ଧକ୍କା ଦେଇଥିବା ବାଇକ (ଓଆର ୧୩ ସି ୧୭୧୨)କୁ ଜବତ କରିଥିବା ବେଳେ ବାଇକ ଚାଳକକୁ ଖୋଜୁଥିବା ନେଇ କହିଛନ୍ତି। ସୂଚନା ଅନୁଯାୟୀ, ତ୍ରିଲୋଚନ କୌଣସି କାମରେ ସାଇକେଲ ଯୋଗେ ଢୋଲପିଟା ଯାଇଥିଲେ। ଫେରିବା ବେଳେ ସମ୍ମୁଖପଟୁ ଏକ ବାଇକ ଧକ୍କା ଦେଇ ଚାଲିଯାଇଥିଲା। ଫଳରେ ସେଠାରେ ବାଇକ ଛାଡି ଚାଳକ ଓ ତାର ସହଯୋଗୀ ଦୌଡି ପଳାଇଥିବା ବେଳେ ତ୍ରିଲୋଚନ ସେଠାରେ ଗୁରୁତର ଅବସ୍ଥାରେ ପଡିଥିଲେ।

ତ୍ରିଲୋଚନଙ୍କୁ ସ୍ଥାନୀୟ ଲୋକେ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟ ଆଣିବା ପରେ ଡାକ୍ତର ମୃତ ଘୋଷଣା କରିଥିଲେ। ଏହାପରେ ଥାନାରେ ଅଭିଯୋଗ କ୍ରମେ ମାମଲା ରୁଜୁ କରାଯାଇ ଶବ ବ୍ୟେବେଚ୍ଛେଦ କରାଯାଇ ମୃତ ଦେହ ପରିବାରଲୋଙ୍କୁ ହସ୍ତାନ୍ତର କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe