ଗଞ୍ଜାମରେ ଗୋଷ୍ଠୀ ସଂଘର୍ଷ: ଜଣକୁ ହତ୍ୟା, ଜଣେ ହସ୍ପିଟାଲରେ ଭର୍ତ୍ତି

Advertisment
ଗଞ୍ଜାମରେ ଗୋଷ୍ଠୀ ସଂଘର୍ଷ: ଜଣକୁ ହତ୍ୟା, ଜଣେ ହସ୍ପିଟାଲରେ ଭର୍ତ୍ତି

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ହିଂଜିଳି ଥାନା ଅନ୍ତର୍ଗତ ବ୍ରାହ୍ମଣଛାଇ ଗାଁରେ ଶନିବାର ଗୋଷ୍ଠୀ ସଂଘର୍ଷ ହୋଇଛି। ପୂର୍ବ ରାଜନୈତିକ ଶତ୍ରୁତାରୁ କେନ୍ଦ୍ର କରି ଏହି ଗୋଷ୍ଠୀ ସଂଘର୍ଷ ହୋଇଥିବା ସୂଚନା ମିଳିଛି। ଗୋଟିଏ ଗୋଷ୍ଠୀର ବ୍ୟକ୍ତିମାନେ ଧାରୁଆ ଅସ୍ତ୍ରରେ ସଂଘବଦ୍ଧ ଆକ୍ରମଣ କରିବାରୁ ଅନ୍ୟ ଗୋଷ୍ଠୀର ୨ଜଣ ବ୍ୟକ୍ତି ଗୁରୁତର ହୋଇଥିଲେ। ସେମାନଙ୍କୁ ପ୍ରଥମେ ହିଂଜିଳି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ପରେ ସେମାନଙ୍କୁ ବ୍ରହ୍ମପୁର ଏମ୍‌.କେ.ସି.ଜି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଚିକିତ୍ସାଧୀନ ଅବସ୍ଥାରେ ବୁଲୁ ପ୍ରଧାନ ନାମରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ବନା ନାହାକର ଚିକିତ୍ସା ଚାଲିଛି।

ସୂଚନା ପାଇ ପୁଲିସ ଘଟଣାସ୍ଥଳକୁ ପହଞ୍ଚି ଛାନଭିନ୍‌ ଚଳାଇଛି। ଗତ ପଂଚାୟତ ର୍ନିବାଚନରେ ହୋଇଥିବା ଗଣ୍ଡଗୋଳ ଓ ହତ୍ୟାକାଣ୍ଡ ହିଁ ଆଜିର ଗୋଷ୍ଠୀ ସଂର୍ଘଷ ମୁଖ୍ୟ କାରଣ ବୋଲି ଜଣାପଡିଛି। ପୋଲିସ ତଦନ୍ତ ଜାରି ରଖିଛି। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଗୋଟିଏ ମାସ ମଧ୍ୟରେ ଏହା ହେଉଛି ୩ୟ ଘଟଣା। ପୂର୍ବରୁ ଗୋଟିଏ ହତ୍ୟା ଘଟଣାର ଅଭିଯୁକ୍ତ ଗିରଫ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe