ଅନ୍‌ଲାଇନ୍‌ରେ ୮ଲକ୍ଷ ଠକେଇ

ଅନ୍‌ଲାଇନ୍‌ରେ ୮ଲକ୍ଷ ଠକେଇ

ବ୍ରହ୍ମପୁର : ଅନ୍‌ଲାଇନ୍‌ ଲଟେରି ର‍୍ୟାକେଟ୍‌ ଏବେ ସକ୍ରିୟ ହୋଇ ଉଠିଥିବବେଳେ ଏବେ ଜଣେ ମହିଳା ଠକାମିର ଶିକାର ହୋଇଛନ୍ତି। ୫୦ ହଜାର ଡଲାର ଲୋଭରେ ଏହି ମହିଳା ୮ ଲକ୍ଷ ଟଙ୍କା ହରାଇଥିବା ଜଣାପଡ଼ିଛି।

ଏହି ମହିଳା ହେଉଛନ୍ତି ରଶ୍ମିତା ଜେନା। ବ୍ରହ୍ମପୁର ସହରର ବାପୁଜୀ ନଗରରେ ସେ ରୁହନ୍ତି। ଗତ ଜୁନ୍‌ ୨୦ ତାରିଖରେ ରଶ୍ମିତାଙ୍କ ନିକଟକୁ ଏକ ଫୋନ୍‌ କଲ୍‌ ଆସିଥିଲା। ଫୋନ୍‌ କଲର୍‌ କହିଥିଲେ ଯେ: ‘ୟୁ ହାଭ୍‌ ଓ୍ଵନ୍‌ ଲଟେରି ଅମାଉଣ୍ଟ୍‌ ଅଫ୍‌ ଫିଫ୍‌ଟି ଥାଉଜେଣ୍ଡ୍‌ ଡଲାରସ୍‌ ଫ୍ରମ୍‌ ଟେକ୍‌ ମହିନ୍ଦ୍ରା ଅନ୍‌ଲାଇନ୍‌ ଲଟେରୀ।’ ରଶ୍ମିତା ଜଣେ ଉଚ୍ଚଶିକ୍ଷିତା। ଟେକ୍‌ ମହିନ୍ଦ୍ରା ଭଳି କମ୍ପାନିରୁ ଏତେ ଟଙ୍କାର ଲଟେରି ମିଳିଛି ଶୁଣି ତାଙ୍କ ଗୋଡ଼ ତଳେ ଲାଗିନଥିଲା। ବ୍ୟକ୍ତି ଜଣକ କହିବା ମୁତାବକ ୮ ଦିନ ମଧ୍ୟରେ ୪ଟି କିସ୍ତିରେ ଦିଲ୍ଲୀ, ନୋଏଡ଼ାର ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟ ନମ୍ବରକୁ ପ୍ରାୟ ୬ଲକ୍ଷ ଟଙ୍କା ସହ ନିଜର ବ୍ୟାଙ୍କ ଆକାଉଣ୍ଟ୍‌ ନମ୍ବର, ପାନ୍‌ ନମ୍ବର ଆଦି ପଠାଇ ଦେଇଥିଲେ। ଏହାପରେ ସେ ୧ଲକ୍ଷ ୩୫ ହଜାର ପଠାଇଥିଲେ। ସମୁଦାୟ ୨୪ ଲକ୍ଷରୁ ଅବଶିଷ୍ଟ ଟଙ୍କା ସଂଗ୍ରହ କରିବାକୁ ନିଜର ବନ୍ଧୁବାନ୍ଧବଙ୍କ ସହାୟତା ଲୋଡ଼ିବାରୁ ସମ୍ପର୍କୀୟ ମାନେ ଏହା ଏକ ଠକେଇ ଘଟଣା ବୋଲି ସନ୍ଦେହ କରି ତୁରନ୍ତ ପୁଲିସ୍‌କୁ ଜଣାଇବାକୁ କହିଥିଲେ। ଆଜି ମହିଳା ଜଣକ ପୁଲିସରେ ଅଭିଯୋଗ କରିବା ପରେ ଏହି ସାଇବର୍‌ ଅପରାଧର ଘଟଣା ପଦାକୁ ଆସିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe