ଋଷିକୂଲ୍ୟାର ଘାଇ: ୩୦ ଏକର ଚାଷଜମିରେ ମାଡ଼ିଗଲା ବନ୍ୟାପାଣି

ଗଞ୍ଜାମର ଜୀବନ ରେଖା ଋଷିକୁଲ୍ୟା ନଦୀରେ ପ୍ରବଳ ବନ୍ୟାଜଳ ପ୍ରବାହିତ ହେଉଛି। ଗତକାଲି ବିଳମ୍ୱିତ ରାତିରେ ହଠାତ୍ ଜଳସ୍ତର ବଢ଼ିବା ଫଳରେ ନଦୀକୁଳିଆ ଲୋକେ ଆତଙ୍କିତ ହେବା ସହ ହଜାର ହଜାର ହେକ୍ଟର ଚାଷଜମିରେ ବାଲି ମାଡ଼ି ଯାଇଫସଲ ନଷ୍ଟ ହୋଇଛି।

dharakote

ଧରାକୋଟ (ପୂର୍ଣ୍ଣଚନ୍ଦ୍ର ନାୟକ): ଉପର ମୁଣ୍ଡରେ ପ୍ରବଳ ବର୍ଷା ଫଳରେ ଗଞ୍ଜାମର ଜୀବନ ରେଖା ଋଷିକୁଲ୍ୟା ନଦୀରେ ପ୍ରବଳ ବନ୍ୟାଜଳ ପ୍ରବାହିତ ହେଉଛି। ଗତକାଲି ବିଳମ୍ୱିତ ରାତିରେ ହଠାତ୍ ଜଳସ୍ତର ବଢ଼ିବା ଫଳରେ ନଦୀକୁଳିଆ ଲୋକେ ଆତଙ୍କିତ ହେବା ସହ ହଜାର ହଜାର ହେକ୍ଟର ଚାଷଜମିରେ ବାଲି ମାଡ଼ି ଯାଇଫସଲ ନଷ୍ଟ ହୋଇଛି। ଚାଷୀ କ୍ଷତିପୂରଣ ଦାବି କରି ତହସିଲଦାର ଓ ଥାନା ଅଧିକାରୀଙ୍କୁ ଘେରି ପ୍ରବଳ ପାଟିତୁଣ୍ଡ କରିଛନ୍ତି। 

ଗତ ଦୁଇ ଦିନର ଲଗାଣ ବର୍ଷାରେ ଗଞ୍ଜାମ ଜିଲ୍ଲା ବେହାଲ ହୋଇଛି। ଆଉ ଏହି ବର୍ଷାର ସ୍ଥିତିକୁ ଅଧିକ ବିଗାଡିଛି ଉପରମୁଣ୍ଡର ଅତ୍ୟଧିକ ବର୍ଷା। ଗତକାଲି ରାତି ପ୍ରାୟ ୧୦ଟାରେ ଋଷିକୁଲ୍ୟା ନଦୀରେ ଜଳସ୍ତର ବଢିଥିଲା। ଏହାର ପ୍ରଭାବରେ ନୂଆଗଡ଼, ବ୍ରହ୍ମଣଦେଇ ଆଦି ଗ୍ରାମ ଦେଇ ଯାଇଥିବା ୫୯ ନମ୍ବର ଜାତୀୟ ରାଜପଥ ଉପରେ ଜଳ ପ୍ରବାହିତ ହୋଇଥିଲା। ସେହିପରି ସିଙ୍ଗିପୁର, ଧବଳେଶ୍ଵର ଓ କୁସପଡା ଗ୍ରାମରେ ପାଣି ପଶିଥିଲା। କୁଶପଡା ନିକଟରେ ଋଷିକୁଲ୍ୟା ନଦୀବନ୍ଧ ଭାଙ୍ଗି ଯିବା ଫଳରେ ବନ୍ୟାଜଳ ପଶି ଗ୍ରାମର ଚାଷୀମାନଙ୍କର ପ୍ରାୟ ୩୦ ଏକର ଜମିରେ ବାଲି ମାଡ଼ିଯାଇ ଫସଲ ନଷ୍ଟ ହୋଇଛି। ଧାନଜମିରେ ବାଲି ମାଡି ଯାଇଛି। ଏହା ସହ ଧାନ ଓ ଅନନ୍ୟ ପରିବା ଚାଷରେ ମଧ୍ୟ ନଦୀର ଜଳ ପଶି ବ୍ୟାପକ କ୍ଷତି ହୋଇଛି।

ଗତ ଏକବର୍ଷ ପୂର୍ବେ ଭଞ୍ଜନଗର ଜଳସେଚନ ବିଭାଗ ତରଫରୁ କୋଟି କୋଟି ଟଙ୍କା ବ୍ୟୟ ଅଟକଳରେ ବରଡ଼ବିଲି, କହିରା ପଲ୍ଲୀ, କୁଶପଡ଼ା ସମେତ ଜାନି ବିଲ୍ଲି ଆନିକଟ ପର୍ଯ୍ୟନ୍ତ ନୂତନ ନଦୀ ହିଡ ନିର୍ମାଣ କରାଯାଇଥିଲା। କିନ୍ତୁ ଜାହାଡ଼ା ବାଲି ଲିଜ୍ ନେଇଥିବା ଲିଜଧାରି ବେଆଇନ ଭାବେ କୁଶପଡ଼ା ଗ୍ରାମ ନିକଟରୁ ନଦୀବନ୍ଧକୁ କାଟି ବାଲି ଚାଲାଣ କରୁଥିବାରୁ ଏହି କରାଯାଇଥିବା ରାସ୍ତାଦେଇ ବନ୍ୟାଜଳ ଧାନ ଓ ବିଭିନ୍ନ ପାରିବ କ୍ଷେତରେ ପ୍ରବେଶ କରିବାରୁ ବାଲି ମାଡ଼ି ଯାଇଥିବା କଥା କୁଶପଡ଼ା ଗ୍ରାମବାସୀ କହିବା ସହ ଏହି ଘଟଣାକୁ ନେଇ ପ୍ରବଳ ଉତ୍ତେଜନା ଦେଖିବାକୁ ମିଳିଥିଲା। 

dharakote1

ଘଟଣା ସମ୍ପର୍କରେ ତାସିଲଦର୍ ଲମ୍ବୋଦର ମାରାଣ୍ଡିଙ୍କ ସହ ଯୋଗାଯୋଗ ବେଳେ କ୍ଷୟକ୍ଷତିର ଆକଳନ କରାଯାଇ କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ସରକାରୀ ନିୟମ ପ୍ରକାରେ କ୍ଷତି ପୂରଣ ଦିଆଯିବ ଓ ଜଳସେଚନ ବିଭାଗ ତରଫରୁ ଖୁବ୍ ଶୀଘ୍ର ନଦୀର ହିଡ଼ ନିର୍ମାଣ କରାଯିବ ବୋଲି ପ୍ରକାଶ କରିଛନ୍ତି। ଏହାକୁ ନେଇ ଗ୍ରାମରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା। ଘଟଣାସ୍ଥଳରେ ଧରାକୋଟ ଥାନ ଅଧିକାରୀ ଚନ୍ଦ୍ରିକା ସ୍ୱାଇଁ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ। ମଧ୍ୟାର୍ଣ୍ଣ ସମୟରେ ଗଞ୍ଜାମ ଜିଲ୍ଲାପାଳ ଭି କିର୍ତ୍ତିଭାସନ ଘଟଣାସ୍ଥଳ ପରିଦର୍ଶନ କରିବା ସହ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ନେବାପାଇଁ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଜଳସେଚନ ବିଭାଗର ପଦାଧିକାରୀମାନେ ମରାମତି କାର୍ଯ୍ୟକୁ ତ୍ୱରାନ୍ୱିତ କରିଥିବା ବେଳେ  ଗ୍ରାମବାସୀଙ୍କ ଏକା ଜିଦ ସେମାନଙ୍କ କ୍ଷୟ କ୍ଷତି ଆକଳନ କରି ତୁରନ୍ତ ସହାୟତା ପ୍ରଦାନ କରିବା ଏବଂ ଅତି ଶୀଘ୍ର ହିଡ଼ କାମ ମରାମତି କରିବା ପାଇଁ ଦାବି ରଖିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe